ରାହୁଲ ଓଡ଼ିଶା ଆସିଲେ ଲୋକେ ଏଣ୍ଟରଟେନ ହେବେ: ଜୟନାରାୟଣ

ରାହୁଲ ଓଡ଼ିଶା ଆସିଲେ ଲୋକେ ଏଣ୍ଟରଟେନ ହେବେ: ଜୟନାରାୟଣ

ଭୁବନେଶ୍ୱର: ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ ନ୍ୟାୟ ଯାତ୍ରାରେ ରାହୁଲ ଓଡ଼ିଶା ଆସିବେ । ତେବେ ରାହୁଲ ଗାନ୍ଧୀ ଓଡ଼ିଶା ଆସିଲେ ଲୋକଙ୍କ ମନରଞ୍ଜନ ହେବ ବୋଲି ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର କଟାକ୍ଷ କରି କହିଛନ୍ତି । 

ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଓଡ଼ିଶା ଆସିଲେ କଂଗ୍ରେସ ଉପରେ ଓଲଟା ପ୍ରଭାବ ପଡ଼ିବ । ସେ ଯେଉଁଠିକୁ ଯାଆନ୍ତି, କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ଭୋଟ ବଢେ । ଓଡ଼ିଶା ଆସିଲେ କଂଗ୍ରେସ ଲାଭ ପାଇବନି । ଲୋକେ ଏଣ୍ଟରଟେନ ହେବେ । ଲୋକଙ୍କ ଏଣ୍ଟରଟେନ ପାଇଁ ରାହୁଲ ଗାନ୍ଧୀଙ୍କ ଭାଷଣ ବହୁତ ଭଲ ବୋଲି ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର କଟାକ୍ଷ କରି କହିଛନ୍ତି । 

ପ୍ରକାଶ ଯେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଭାରତ ଯୋଡ଼ ଯାତ୍ରାର ଦ୍ବିତୀୟ ସଂସ୍କରଣ ଆରମ୍ଭ କରିବାକୁ ଘୋଷଣା କରିଛି । କିନ୍ତୁ ଏଥର ଭାରତ ଯୋଡ଼ ନୁହେଁ, 'ଭାରତ ନ୍ୟାୟ ଯାତ୍ରା' କରିବେ ରାହୁଲ ଗାନ୍ଧୀ । ଭାରତ ଯୋଡ ଯାତ୍ରାର ନାମ ବଦଳାଯାଇ 'ଭାରତ ନ୍ୟାୟ ଯାତ୍ରା' ରଖାଯାଇଛି । ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ପଦଯାତ୍ରା ଆରମ୍ଭ କରିବ । କଂଗ୍ରେସ ନେତା ଦୀର୍ଘ ୬,୨୦୦ କିଲୋମିଟର ରାସ୍ତା ଅତିକ୍ରମ କରିବେ । ଭାରତ ନ୍ୟାୟ ଯାତ୍ରା ହିଂସାଗ୍ରସ୍ତ ଉତ୍ତରପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ । ଏହି ଯାତ୍ରାରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ । ଏନେଇ ଆଜି କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସୂଚନା ଦେଇଛନ୍ତି ।ଭାରତ ନ୍ୟାୟ ଯାତ୍ରା ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ ପର୍ୟ୍ୟନ୍ତ ଚାଲିବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ସବୁଜ ପତାକା ଦେଖାଇ ମଣିପୁରରୁ ଯାତ୍ରାର ଶୁଭାରମ୍ଭ କରିବେ