୯୦ ଟଙ୍କାରେ ବିକ୍ରି ହେଲା ପିଆଜ, ଜାଣନ୍ତୁ କେଉଁଠି

୯୦ ଟଙ୍କାରେ ବିକ୍ରି ହେଲା ପିଆଜ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ନବରାତ୍ର ସମୟରେ ପିଆଜର ହାଣ୍ଡିଶାଳରେ ପ୍ରବେଶ ନିଷେଧ ଥିଲା। ଏହା ସରିବା ପରେ ଏବେ ପିଆଜ ମୂଲ୍ୟ ଆକାଶଛୁଆଁ ହୋଇଛି। ସାରା ଦେଶରେ ପିଆଜ ଦର ହୁହୁ ହୋଇ ବଢିଚାଲିଛି। ଶୁକ୍ରବାର ଦିଲ୍ଲୀ ବଜାରରେ ପିଆଜ କିଲୋ ୯୦ ଟଙ୍କା ଛୁଇଁଛି। ଏବଂ ଖୁବ୍ ଶୀଘ୍ର ଏହା ୧୦୦ ଟପିବ ବୋଲି ବ୍ୟବସାୟ କହିଛନ୍ତି

ଦିଲ୍ଲୀର ଆରକେ ପୁରମ୍ ଅଞ୍ଚଳରେ ପିଆଜ ଦର ୯୦ରେ ପହଞ୍ଚିବା ପରେ ଲୋକେ ଅତିଷ୍ଠ ହୋଇପଡିଛନ୍ତି ମଣ୍ଡିଗୁଡିକରେ କିଣା ଦର ଅଧିକ ପଡୁଥିବାରୁ ସେମାନଙ୍କୁ ମଧ୍ୟ ଉଚ୍ଚ ଦରରେ ବିକ୍ରି କରିବାକୁ ପଡୁଛି ବୋଲି କହିଛନ୍ତି ବ୍ୟବସାୟୀ ସେହିପରି ଗାଜିଆବାଦରେ ପିଆଜ ଦର ୭୦ ଟଙ୍କା ହୋଇଥିବାବେଳେ ଆଉ କିଛି ସ୍ଥଶନରେ ୮୦ ଟଙ୍କାରେ ବିକ୍ରି ହେଉଛି ପିଆଜ ସହ ଅନ୍ୟ ପରିବା ଦର ମଧ୍ୟ ବଡିଛି ଫଳରେ ସାଧାରଣ ଲୋକେ ସମସ୍ୟା ଭୋଗୁଛନ୍ତି