ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ କମ୍ବିଂ ଜୋରଦାର
ସୁନ୍ଦରଗଡ଼: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ କମ୍ବିଂ ଅପରେପସନ୍ ଜୋରଦାର । ଝାଡ଼ଖଣ୍ଡରେ ଆଣ୍ଟି ନକ୍ସଲ ଅପରେସନ ବେଳେ ଖସିଯାଇଥିବା ମୋଷ୍ଟ ଓ୍ବାଣ୍ଟେଡ ମାଓ ନେତା ମିସ୍ରି ବେସ୍ରାକୁ ଧରିବା ଲାଗି ସିଆର୍ ପିଏଫ୍ ଓ ସ୍ଥାନୀୟ ପୁଲିସ ଅପରେସନ୍ ଚଳାଇଛନ୍ତି । ସିଆର୍ ପିଏଫ୍ ର ୩ରୁ ଅଧିକ ଟିମ୍ ଗୁଳିବିନିମୟ ହୋଇଥିବା ଟଣ୍ଟୋ ପାହାଡ଼କୁ ନାକାବନ୍ଦୀ କରି ରଖିଛନ୍ତି।
ସେହିପରି ଆସନ୍ତା ଅଗଷ୍ଟ ୧୫ରେ ନକ୍ସଲ ସଙ୍ଗଠନ ବଡଧରଣ ହିଂସାକାଣ୍ଡ ଭିଆଇବାକୁ ଯୋଜନା କରୁଥିବା ଗୁପ୍ତସୂଚନା ମିଳିବା ପରେ ଉଭୟ ଝାଡ଼ଖଣ୍ଡ ଏବଂ ଓଡ଼ିଶା ପୁଲିସ ବେଶ୍ ସଜାଗ ହୋଇଛନ୍ତି। ନକ୍ସଲମାନେ ସରଣ୍ଡା ଜଙ୍ଗଲ ମୁହାଁ ହେଉଥିବାରୁ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ଚିନ୍ତା ବଢ଼ିଛି। ସମ୍ଭାବ୍ୟ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଓଡ଼ିଶା ସୀମାକୁ ସିଲ୍ କରାଯାଇଛି। କମ୍ବିଂ ଅପରେସନ୍ ସମୟରେ ସୁରକ୍ଷାକର୍ମୀ ୧୧ ଗୋଟି ନକ୍ସଲ ବଙ୍କର ଠାବ କରି ନଷ୍ଟ କରିଛନ୍ତି ।
ଗତ ୮ ତାରିଖରୁ ଝାଡଖଣ୍ଡ ପଶ୍ଚିମ ସିଂ ଭୂମି ଟିଙ୍କୋ ଥାନା କୋଲହନ ଜଙ୍ଗଲରେ ଚାଲିଛି ଜୋରଦାର ଅପରେସନ୍ । ଏଥିରେ କୋବ୍ରା ,ଝାରଖଣ୍ଡ ଜାଗୁଆର ଉଜଚୠ ସହ ଚାଇବାସା ପୋଲିସ ସାମିଲ ହୋଇଛନ୍ତି । ଓଡ଼ିଶାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରୁ ଓଡ଼ିଶା ଆସୁଥିବା ଯାନବାହନଗୁଡ଼ିକୁ କଡ଼ାକଡି ଯାଞ୍ଚ କରାଯାଉଛି।