ଅକ୍ଟୋବର ୧୫ରେ ଓସିଏସ୍‌ ପ୍ରିଲିମ୍‌ ପରୀକ୍ଷା

ଅକ୍ଟୋବର ୧୫ରେ ଓସିଏସ୍‌ ପ୍ରିଲିମ୍‌ ପରୀକ୍ଷା

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଅକ୍ଟୋବର ୧୫ ତାରିଖରେ ଓଡ଼ିଶା ସଭିଲ୍ ସର୍ଭିସ୍ (ଓସିଏସ୍) ପ୍ରିଲିମ୍ନାରୀ ପରୀକ୍ଷା ହେବ ଏଥିପାଇଁ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି ବାଲେଶ୍ୱର ସମେତ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ଆଦି ପାଞ୍ଚଟି ଜୋନ୍ରେ ଏହି ପରୀକ୍ଷା କରାଯିବାକୁ ସ୍ଥିର କରାଯାଇଛି ପରୀକ୍ଷା ଦୁଇଟି ସିଟିଂରେ କରାଯିବ ୧୫ ତାରିଖ ପୂର୍ବାହ୍ଣ ୧୦ଟାରୁ ୧୨ଟା ପର୍ୟ୍ୟନ୍ତ ୧୦୦ ମାର୍କ ବିଶିଷ୍ଟ ଜେନେରାଲ୍ ଷ୍ଟଡିଜ୍ ପେପର- ପରୀକ୍ଷା କରାଯିବ  

ସେହିପରି ଅପରାହ୍ଣ ୧ଟା ୩୦ରୁ ଅପରାହ୍ଣ ୩ଟା ୩୦ ପର୍ୟ୍ୟନ୍ତ ୮୦ ମାର୍କ ବିଶିଷ୍ଟ ଜେନେରାଲ୍‌ ଷ୍ଟଡିଜ୍‌ ପେପର- ପରୀକ୍ଷା କରାଯିବ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଉଭୟ ସିଟିଂରେ ୪୦ ମିନିଟ୍‌ ଲେଖାଏଁ ଅଧିକ ସମୟ ଦିଆଯିବ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ସଂପର୍କରେ ପରେ ଜଣାଇ ଦିଆଯିବ ବୋଲି ସୋମବାର ଓପିଏସ୍‌ସି ପକ୍ଷରୁ କୁହାଯାଇଛି   
ସୂଚନାଯୋଗ୍ୟ, ଓସିଏସ୍‌-୨୦୨୨ ନିମନ୍ତେ ୨୦୨୨ ଡିସେମ୍ବର ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ମୋଟ ୬୮୩ ପଦବି ପାଇଁ ୨୦୨୩ ଜାନୁଆରୀ ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବ୍ରୁଆରୀ ୧୬ ତାରିଖରେ ଶେଷ ହୋଇଥିଲା