ଘରୋଇ ହସ୍ପିଟାଲ ରେ ଅଗ୍ନିକାଣ୍ଡ ଆହାତ କୁ ଭେଟିବା  ପାଇଁ କଟକ ପହଞ୍ଚିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଘରୋଇ ହସ୍ପିଟାଲ ରେ ଅଗ୍ନିକାଣ୍ଡ ଆହାତ କୁ ଭେଟିବା  ପାଇଁ କଟକ ପହଞ୍ଚିଲେ ସ୍ବାସ୍ଥ୍ୟମନ୍ତ୍ରୀ

କଟକ ପୁରୀଘାଟ ରେ ଏକ ଘରୋଇ ହସ୍ପିଟାଲ ରେ ଅଗ୍ନିକାଣ୍ଡ ଘଟିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ଡିଏମଇଟି ଙ୍କ ଚେତା ପଶିଛି। ଆଜି ମନ୍ତ୍ରୀ ସାଙ୍ଗରେ ସଚିବଙ୍କୁ ଧରି ଏସସିବି ଓ ଶିଶୁଭବନକୁ ସ୍ଥାନାନ୍ତର ହୋଇଥିବା ରୋଗୀଙ୍କ ଚିକିତ୍ସା ଓ ସ୍ବାସ୍ଥ୍ୟବସ୍ଥା ନେଇ ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି। ସରକାର ଆସିବା ଗୋଟିଏ ମାସ ହୋଇଛି ଆଉ  ଘରୋଇ ହସ୍ପିଟାଲ ଗୁଡିକରେ ଯାହା ଯାହା ସମସ୍ୟା ଅଛି ତାକୁ ଗୁରୁତ୍ଵ ସହ ତର୍ଜମା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଡିଏମଇଟି ଙ୍କ ଏକ ଟିମ ସଂପୃକ୍ତ ଘରୋଇ ହସ୍ପିଟାଲ ଯାଇ ଘଟଣା ସଂପର୍କରେ ତଥା ହସ୍ପିଟାଲ ର କାଗଜପତ୍ର ସଂପର୍କ ରେ ଯାଞ୍ଚ କରିଛନ୍ତି। ଆଗକୁ ଅଗ୍ନୀଶମ ବିଭାଗ ପକ୍ଷରୁ ମଧ୍ଯ ଘରୋଇ ହସ୍ପିଟାଲ ର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରାଯିବ।

କଟକ ପୁରୀଘାଟ ରିଙ୍ଗରୋଡ ଉପରେ ଥିବା ଏକ ଘରୋଇ ହସ୍ପିଟାଲ ରେ ଗତକାଲି ଅଗ୍ନିକାଣ୍ଡ ଘଟିବା କାରଣରୁ 45 ରୁ ଅଧିକ ରୋଗୀଙ୍କୁ ଏସସିବି, ଶିଶୁଭବନ ଓ ଅନ୍ଯ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା। ଆଶ୍ବସ୍ତିର କଥା ହେଉଛି ଏସସିବିକୁ ସ୍ଥାନାନ୍ତର ହୋଇ ଥିବା 17 ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ବାକି ଶିଶୁ ଭବନକୁ ସ୍ଥାନାନ୍ତର ହୋଇ ଥିବା 15 ରୋଗୀଙ୍କ ମଧ୍ଯ ରୁ 4 ଜଣଙ୍କ ଅବସ୍ଥା ଟିକେ ଖରାପ ରହିଛି। ଆଜି ରାଜ୍ଯ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଶିଶୁଭବନ ଓ ଏସସିବି ପରିଦର୍ଶନ କରି ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କ ରେ ଡାକ୍ତର ଙ୍କ ଆଲୋଚନା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଦୁର୍ଘଟଣା ସଂପର୍କ ରେ ବିଶେଷଜ୍ଞ ଟିମ ଓ ସରକାର ଗୁରୁତ୍ବ ର ସହ ବିଚାର ବିମର୍ଶ କରୁଛନ୍ତି, ନିଶ୍ଚିତ ଆବଶ୍ୟକ ପଦକ୍ଷେପ ନିଆଯିବ।