ଆଡ୍‌ଭାନ୍‌ସ ଟେକ୍ନୋଲୋଜି ଦ୍ୱାରା ନିର୍ମିତ କିଆ ସୋନେଟ୍‌

ଆଡ୍‌ଭାନ୍‌ସ ଟେକ୍ନୋଲୋଜି ଦ୍ୱାରା ନିର୍ମିତ  କିଆ ସୋନେଟ୍‌

କିଆ ସୋନେଟ୍‌ (ଏସ୍‌ୟୁଭି) ୭ଟି ରଙ୍ଗରେ ଉପଲବ୍ଧ ଏବଂ ଅନ୍ୟ ସୋନେଟ୍‌ ଠାରୁ ଭିନ୍ନ। ଏଥିରେ ଉଭୟ ପେଟ୍ରୋଲ ଓ ଡିଜେଲ୍‌ ଭର୍ସନ ସହ ଆଡାସ୍‌ ସିଷ୍ଟମ୍‌, ସନ୍‌ରୁଫ୍, ହାଇ କ୍ୱାଲିଟି ଡିଜିଟାଲ୍‌ ମିଟର ରହିଛି। କାର୍‌ଟି ଆଡ୍‌ଭାନ୍‌ସ ଟେକ୍ନୋଲୋଜି ଦ୍ୱାରା ନିର୍ମିତ। ଏହି ମଡେଲ୍‌ର ଭିତର ପରିପାଟୀ ଆକର୍ଷଣୀୟ ଓ ଆରମଦାୟକ ବୋଲି କମ୍ପାନି ଦାବି କରିଛି। ଲମ୍ବା ରାସ୍ତାରେ ଘଣ୍ଟାଘଣ୍ଟା ବସିଲେ ମଧ୍ୟ ଗ୍ରାହକମାନେ କ୍ଳାନ୍ତ ଅନୁଭବ ନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଏହାର ବିଶେଷତ୍ୱକୁ ପରଖିବା ପାଇଁ ଗ୍ରାହକଙ୍କୁ ଟେଷ୍ଟ୍‌ ଡ୍ରାଇଭ୍ ନେବାପାଇଁ କିଆ କମ୍ପାନିର ଏମ୍‌ଡି ବିିଶାଲ ଧୱନ୍ ଅନୁରୋଧ କରିଛନ୍ତି। କିଆ ସୋନେଟ୍‌ର ପ୍ରାୟ ୩.୫ ଲକ୍ଷ ଗ୍ରାହକ ଅଛନ୍ତି। ସମଗ୍ର ଓଡ଼ିଶାରେ ସେଣ୍ଟ୍ରାଲ୍‌ କିଆର ୬ଟି ସୋ’ ରୁମ ଖୋଲିଛି ଏବଂ ଆଜି ପର୍ଯ୍ୟନ୍ତ ସେଣ୍ଟ୍ରାଲ୍‌ କିଆ ୧୨,୦୦୦ରୁ ଅଧିକ ଗାଡ଼ି ଓଡ଼ିଶାରେ ବିକ୍ରି କରିଛି। କିଆ ଭବିଷ୍ୟତରେ ନୂତନ ମଡେଲ୍‌ ଆଣିବାର ଯୋଜନା ରଖିଛି। ଓଡ଼ିଶା ବଜାରରେ ଇଲେକ୍ଟ୍ରିକ୍‌ ଗାଡ଼ିର ଚାହିଦା ବହୁତ ଭଲ ରହିଛି। କିଆର ‘ଇଭି୬’ ନାମରେ ଇଲେକ୍ଟ୍ରିକ୍ ମଡେଲ୍‌ ରହିଛି। ବର୍ତ୍ତମାନ ପେଟ୍ରୋଲ୍‌ ଗାଡ଼ି ଅପେକ୍ଷା ଇଭିକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ବୋଲି କହିଛନ୍ତି ସେଣ୍ଟ୍ରାଲ୍‌ କିଆର ମହାପ୍ରବନ୍ଧକ (ସେଲ୍‌ସ୍‌) ପ୍ରଶାନ୍ତ କୁମାର ବେହେରା।