କେନ୍ଦୁଝର ରେ ଭାରତ ବନ୍ଦ ପ୍ରଭାବ

କେନ୍ଦୁଝର ରେ ଭାରତ ବନ୍ଦ ପ୍ରଭାବ

ଆଜି ଏସ.ସି , ଏସ.ଟି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ର ଆଂଶିକ ପ୍ରଭାବ କେନ୍ଦୁଝର ସହରରେ ଦେଖିବାକୁ ମିଳିଛି।  ସହର ରେ କେବଳ ଦୋକାନ ବଜାର , ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଅନ୍ୟ ସବୁ ସ୍ଵଭାବିକ ରହିଛି । ଏଠାରେ ରେଳ ଚଳାଚଳ , ଯାନ ବାହାନ ଚଳାଚଳ ସ୍ବାଭାବିକ ଥିବା ବେଳେ , ପ୍ରୟ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ , ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଦି ଖୋଲା ରହିଛି I ହେଲେ ଏସସି , ଏସଟି କ୍ରିୟାନୁଷ୍ଠାନ କମିଟି ଓ ଏହି ବନ୍ଦକୁ ସମର୍ଥନ କରୁଥିବା କିଛି ସଙ୍ଗଠନ ର ସଦସ୍ୟ ମାନେ ସକାଳୁ ସକାଳୁ ସହରର ଗାନ୍ଧି ଛକ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ସମ୍ମୁଖ ଆଦି ଏକାଧିକ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରି ବସିଛନ୍ତି ।

ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ ଙ୍କ କହିବା କଥା ସମ୍ବିଧାନର ଧାରା - ୩୪୧ ଅନୁସୂଚିତ ଜାତି ଏବଂ ଧାରା - ୩୪୨ ଅନୁସୂଚିତ ଜନଜାତି କୁ ବିରୁଦ୍ଧାଚରଣ କରୁଅଛି  ଏହା ଦ୍ବାରା ଏସ୍.ସି, ଏସ୍.ଟି ସଂରକ୍ଷଣ ଉପରେ ବର୍ଗିକରଣ ଏବଂ କ୍ରିମିଲେୟରକୁ ପାର୍ଲ୍ୟାମେଣ୍ଟ ଏବଂ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ କରାଯାଇ ପାରିବ ନାହିଁ । କିନ୍ତୁ ଗତ ୦୧.୮.୨୦୨୪ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ଦ୍ଵାରା ଏକତରଫା ଭାବରେ ସଂରକ୍ଷଣ ଭିତରେ ସଂରକ୍ଷଣ ଏବଂ ବର୍ଗୀକରଣ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଏହାଦ୍ବାରା ମୂଳ ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କ ଅପମାନ ସହିତ ଆଦିବାସୀ ଓ ଦଳିତ ସମାଜର ଏକତାକୁ ଦୁର୍ବଳ କରିବା ଏବଂ ଭାଇଚାରାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମିଳିତ ଆଦିବାସୀ କଲ୍ୟାଣ ସମାଜ ର ସଭାପତି ଜନାର୍ଦ୍ଦନ ନାଏକ।