ସରକାରଙ୍କ ବିବୃତି ଦାବି କଲେ ନରସିଂହ

ସରକାରଙ୍କ ବିବୃତି ଦାବି କଲେ ନରସିଂହ

ସରକାରଙ୍କ ବିବୃତି ଦାବି କଲେ ନରସିଂହ
ଭୁବନେଶ୍ୱର: ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ଉପରେ ଆକ୍ରମଣ କରାଯାଇଛି । ସେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ରାଜଧାନୀରେ ଏକ ରାଜନୈତିକ ଦଳର ସଭାପତିଙ୍କ ଉପରେ ଆକ୍ରମଣରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ଅଛି ତାହା ଜଣାପଡ଼ୁଛି । ଏହା ଉପରେ ସରକାର ଗୃହରେ ବିବୃତି ରଖିବା ଆବଶ୍ୟକ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଦାବି କରିଛନ୍ତି । ଅପରାହ୍ନରେ ଅଧିବେଶନ ଆରମ୍ଭ ମାତ୍ରେ ଶ୍ରୀ ମିଶ୍ର ଏହା କହିଥିଲେ । ଘଟଣାର ସତ୍ୟତା ଅନୁଧ୍ୟାନ କରି ବିବୃତି ରଖିବା ନେଇ ସରକାରଙ୍କୁ ନିଦେ୍ର୍ଧଶ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।