ଆଙ୍ଗୁଠି ଫୁଟାଇବା ଅଭ୍ୟାସ

ଆଙ୍ଗୁଠି ଫୁଟାଇବା ଅଭ୍ୟାସ

ଅନେକ ଲୋକଙ୍କ ଅଭ୍ୟାସ ଆଙ୍ଗୁଠି ଫୁଟାଇବା । କିଛି ଲୋକ ଅଛନ୍ତି, ଯେଉଁମାନେ ଆଙ୍ଗୁଠି ନଫୁଟାଇବ ପର୍ଯ୍ୟନ୍ତ କୌଣସି କାମ କରନ୍ତି ନାହିଁ। ଆଙ୍ଗୁଠି ଫୁଟାଇବାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥାଏ। ଆଙ୍ଗୁଠି ଫୁଟାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ବା ଆର୍ଥ୍ରାଇଟିସ୍ ହେବା କିମ୍ବା ଏହା ଆଙ୍ଗୁଠିକୁ ଦୁର୍ବଳ କରିଦେବା ଏପରି ଅନେକ ପ୍ରଶ୍ନ। 

ଆମ ଆଙ୍ଗୁଠିରେ କିଛି ଗଣ୍ଠି ଥାଏ ଏବଂ ଏହି ଗଣ୍ଠିରେ ସିନୋଭିଆଲ୍ ଫ୍ଲୁଇଡ୍ ଥାଏ।  ଏହି ଫ୍ଲୁଇଡ୍ ଗଣ୍ଠି ଉପରେ ଏକ ଲବ୍ରିକାଣ୍ଟ ଭାବରେ କାମ କରେ। ଏହି ଫ୍ଲୁଇଡ୍ ରେ ସ୍ୱଭାବିକ ଭାବରେ ବବଲ୍ସ ସୃଷ୍ଟି ହୁଏ। ଯେତେବେଳେ ଆପଣ ଆଙ୍ଗୁଠି ବଙ୍କା କରନ୍ତି କିମ୍ବା ଟାଣନ୍ତି ସେହି ବବଲ୍ସ ଫୁଟିଥାଏ ଏବଂ ଏକ ଶବ୍ଦ ହୋଇଥାଏ। ଏହି ବବଲ୍‌ଗୁଡିକର ବିସ୍ଫୋରଣ ଆଙ୍ଗୁଠିର ଗଣ୍ଠି ଉପରେ କୌଣସି ପ୍ରଭାବ ପକାଏ ନାହିଁ । ଡକ୍ଟରଙ୍କ ଅନୁଯାୟୀ, ଆପଣ ଯେତେ ଚାହିଁବେ ଆଙ୍ଗୁଠିକୁ ଫୁଟାଇ ପାରିବେ। ଏହା ଦ୍ୱାରା ଆଙ୍ଗୁଳି କିମ୍ବା ହାଡର ସ୍ୱାସ୍ଥ୍ୟ ଉପରେ କୌଣସି ଫରକ ପଡେ ନାହିଁ।