କେଶ ପାଇଁ ଦେଶୀ ଚର୍ଯ୍ୟା

କେଶ ପାଇଁ ଦେଶୀ ଚର୍ଯ୍ୟା

ବଜାରରେ ମିଳୁଥିବା ରାସାୟନିକ ସାମ୍ପୁ ,ସ୍ପା କେଶରେ ଲଗାଇବା ଭଲ ନୁହେଁ । ପ୍ରଥମେ ଘରୋଇ ଉପଚାର ଆରମ୍ଭ କରନ୍ତୁ ,ଅଳ୍ପ କେଇଟା ଦିନରେ ଫରକ୍ ନିଶ୍ଚୟ ଜାଣିପାରିବେ । କେଶ ଅଧିକ ଝଡ଼ୁଥିଲେ ଅଁଳା ଗୁଣ୍ଡ,ରିଠା ଗୁଣ୍ଡ ସମାନ ପରିମାଣରେ ନେବେ । ସେଥିରେ ଦହି ମିଶାଇ କେଶରେ ପ୍ୟାକ୍ କରି ୨୫ ମିନିଟ୍ ଲଗାଇ ଧୋଇନେବେ ।

ମେଥି ଗୁଣ୍ଡ ୧ ଚାମଚ ରେ କଂଚା ଖିର ମିଶାଇ କେଶ ମୂଳରେ ଲଗାନ୍ତୁ । ଶୁଖିଲା ପରେ ଧୋଇବେ । ଘି କୁଆଁରୀ ରସକୁ କେଶରେ ସପ୍ତାହକୁ ଥରୁଟିଏ ଲଗାଇଲେ କେଶ ଅକାଳରେ ପାଚି ନ ଥାଏ 

ପାଚିଲା କଦଳୀ କୁ ଭଲରେ ଚକଟି ସେଥିରେ ଦହି ଅଳ୍ପ ମିଶାଇ ପୂରା କେଶରେ ଲଗାନ୍ତୁ । କେଶ ଝଡ଼ା ସପ୍ତାହକରେ କମ୍ ହେବ । ମେହେନ୍ଦୀ ଲଗାଇବା ପୂର୍ବରୁ ପ୍ରଥମେ କେଶରେ ସୋରିଷ ତେଲ ଲଗାଇବେ । ଏପରି କଲେ କେଶ ଆଲର୍ଜି ସମସ୍ୟା ହୁଏନି ।