ମାଛଗାଁ କେନାଲ ବନ୍ଧରେ ଘାଇ

ମାଛଗାଁ କେନାଲ ବନ୍ଧରେ ଘାଇ

ଜଗତସିଂହପୁର: ମାଛ ଗାଁ କେନାଲ ବନ୍ଧରେ ଘାଇ ହୋଇ ବିପଦ ସୃଷ୍ଟି କରିଛି। ଜଗତସିଂହପୁର-କନ୍ଦରପୁର ମୁଖ୍ୟ ରାସ୍ତା ଉପରେ ବି ପାଣି ଚାଲିଛି ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି କାଲି ରାତିରୁ ପ୍ରବଳ ବର୍ଷା ସାଙ୍ଗକୁ ଚାଷ ପାଇଁ କେନାଲରେ ପାଣି ଛଡ଼ା ଯିବା ହେତୁ ଦୁର୍ବଳ ବନ୍ଧରେ ପାଖାପାଖି ୨୫ ଫୁଟର ଘାଇ ହୋଇଛି ଦଳେଇଘାଇ ପାଖରେ ବି ମାଛ ଗାଁ କେନାଲ ବନ୍ଧ ଧସିଥିବା ଖବର ମିଳିଛି ବନ୍ଧ ସୁରକ୍ଷାକୁ ନେଇ ବର୍ଷା ପୂର୍ବରୁ ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ କରାଯାଇଛି ନଦୀ ସହ କେନାଲ ବନ୍ଧ ସୃଦୁଢ଼ ଥିବା ଦୃଢ଼ୋକ୍ତି ପ୍ରକାଶ କରାଯାଉଥିଲେ ସୁଦ୍ଧା ଆଜିର ଘଟଣା ଜଳସେଚନ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି ତରିକୁନ୍ଦରେ କେନାଲ ପାଣିର ଲହଡ଼ା ଯୋଗୁଁ ଆଖପାଖ ଖାଲୁଆ ଜାଗାରେ ପୋଖରୀରେ ଭ୍ରମ ସୃଷ୍ଟି କରିଛି କିଛି ଦୋକାନ ଘରେ ପାଣି ପଶିଛି। ବହୁ ଲୋକଙ୍କ ଘର ପାଣି ଘେରରେ ରହିଥିବାରୁ ଜନ ଜୀବନ ବିପର୍ୟ୍ୟସ୍ତ ସ୍ଥିତିରେ ପହଞ୍ଚିଛି