ଆଖିବୁଜିଲା ଦନ୍ତା

ଆଖିବୁଜିଲା ଦନ୍ତା

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବନବିଭାଗ ଅଧିନ କାଞ୍ଚନପୁର କାଜୁ ଜଙ୍ଗଲରେ ଅସୁସ୍ଥ ଦନ୍ତାରେ ମୃତ୍ୟୁ ହୋଇଛି । କିଛି ଦିନ ଧରି ଅସୁସ୍ଥ ଥିଲା ଦନ୍ତା ହାତୀ । ଖବର ଅନୁଯାୟୀ, କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଏବେ କିଛି ଦିନ ହେବ ବୁଲୁଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଗ୍ରାମବାସୀ  ବନ ବିଭାଗରେ ଜଣାଇଥିଲେ ।  ମଙ୍ଗଳବାର ଦିନ ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ଆରମ୍ଭ କରିଥିଲା ବନ ବିଭାଗ ।
ସେହିପରି ହାତୀର ଚିକିତ୍ସା ଲାଗି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆସିଥିଲେ । କିନ୍ତୁ ଗୋଟିଏ ଦିନ ଚିକିତ୍ସା କରି ସେମାନେ ସେଠାରୁ ଚାଲିଯାଇଥିଲେ । ଚିକିତ୍ସା ପରେ ବି ହାତୀର ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଏପରିକି ହାତୀଟି ଛିଡା ହେବା ଲାଗି ଅସମର୍ଥ ହୋଇଥିଲା । ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ହୋଇଥିଲା । ଶେଷରେ ମଙ୍ଗଳବାର ରାତିରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ହୋଇଯାଇଛି ।