ବଜାରରେ ମିଳୁଛି ନକଲି ରସୁଣ

ବଜାରରେ ମିଳୁଛି ନକଲି ରସୁଣ

ରୋଷେଇ କରିବା ସମୟରେ ରସୁଣ ବ୍ୟବହାର କରିବା କେବଳ ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ନୁହେଁ, ବରଂ ଏହା ଖାଦ୍ୟର ସ୍ୱାଦକୁ ମଧ୍ୟ ବଢାଇଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏବେ ବଜାରକୁ ଆସିଲାଣି ନକଲି ରସୁଣ । ବଜାରରେ ବିକ୍ରି ହେଉଥିବା ଏହି ନକଲି ରସୁଣ ଭାରତର ଅନେକ ଘରେ ନିୟମିତ ଖିଆଯାଏ, ଯାହା ବିଷୟରେ କେତେକ ଲୋକ ଏପର୍ଯ୍ୟନ୍ତ ଜାଣିନାହାନ୍ତି । ଏହି ଧଳା ରସୁଣକୁ ଚିହ୍ନିବା ଏତେ କଷ୍ଟକର ନୁହେଁ ।

ଏହି ନକଲି ରସୁଣ କିପରି ତିଆରି ହୁଏ ସେ ବିଷୟରେ କହୁଛନ୍ତି, ଯାହାକୁ ଆପଣ କିଛି ନ ଭାବି ତୁରନ୍ତ କିଣି ନେଉଛନ୍ତି । ଏହି ନକଲି ରସୁଣର ଚୋପା ଛଡ଼ାଇବା ବହୁତ ସହଜ । ଏହାର ସ୍ୱାଦ ପ୍ରକୃତ ରସୁଣ ପରି, ତେଣୁ ଫରକ ବାରିବା କଷ୍ଟକର ହୋଇପାରେ । ଏହି ନକଲି ରସୁଣ ଉପଦନ କରିବାର ପଦ୍ଧତି ଆପଣଙ୍କୁ ଚକିତ କରିଦେବ । ଏହାକୁ ତେଲ ଏବଂ ଅନ୍ୟାନ୍ୟ ଧାତୁ ବ୍ୟବହାର କରି ଖୁବଶୀଘ୍ର ପ୍ରସ୍ତୁତ କରାଯାଉଛି । ଏହା ବ୍ୟତୀତ ଏହାକୁ କ୍ଲୋରିନ୍ ସହିତ ବ୍ଲିଚ୍ କରାଯାଏ, ଯାହାଫଳରେ ଏହା ଧଳା ରହିଥାଏ । 

ନକଲି ଏବଂ ଅସଲି ରସୁଣ ଚିହ୍ନଟ କରିବାକୁ କେତେକ ପଦ୍ଧତି କୁହାଯାଇଛି । ସର୍ବପ୍ରଥମେ ଜାଣନ୍ତୁ ଯେ, ବଜାରରେ ଉପଲବ୍ଧ ନକଲି ରସୁଣ ବହୁତ ଧଳା ଦେଖାଯାଏ । ଆପଣ ଏଥିରେ କୌଣସି ପ୍ରକାରର ଚିହ୍ନ କିମ୍ବା ଦାଗ ଦେଖିବାକୁ ପାଇବେ ନାହିଁ । ଜାଣିବା ପାଇଁ ଆପଣଙ୍କୁ ରସୁଣକୁ ଓଲଟାଇବାକୁ ପଡିବ । ଯଦି ତଳ ଭାଗରେ କୌଣସି ଦାଗ ଦେଖାଯାଏ, ତାହେଲେ ଏହାର ଅର୍ଥ ଏହା ଅସଲି ରସୁଣ । ସେହିପରି ଯଦି ରସୁଣ ସମ୍ପୂର୍ଣ୍ଣ ଧଳା ଦେଖାଯାଏ, ତେବେ ଏହା ଚୀନର ନକଲି ରସୁଣ ହୋଇଥାଇପାରେ ।