ଭୋଜନ ପରେ ଏପରି କରନ୍ତୁ ନାହିଁ
ହିନ୍ଦୁ ଧର୍ମରେ ଭୋଜନ ପ୍ରସ୍ତୁତ କରିବାକୁ ଏକ ପବିତ୍ର କାର୍ଯ୍ୟ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଅନ୍ନକୁ ମା’ଲକ୍ଷ୍ମୀ ବୋଲି କୁହାଯାଏ । ତେଣୁ ଭୋଜନ କରିବା ପୂର୍ବରୁ ଓ ପରେ ମା’ଲକ୍ଷ୍ମୀଙ୍କୁ ସ୍ମରଣ କରି ଧନ୍ୟବାଦ ଦେବା ଉଚିତ । ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଫଳରେ ଧନସମ୍ପତ୍ତିର ଅଭାବ ଦୂର ହୋଇଥାଏ । ଭୋଜନର ଅବମାନନା କରିବା ଦ୍ୱାରା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
ଅନେକ ସମୟରେ ଏପରି ଦେଖାଯାଏ ଭୋଜନ କରିବା ପରେ ଅନେକ ଥାଳିରେ ହାତ ଧୋଇ ଥାଆନ୍ତି । ମାତ୍ର ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି । ଜୀବନରେ ଧନର ଅଭାବ ଲାଗି ରହିଥାଏ । ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ଭୁଲ୍ ଆଦୌ କରନ୍ତୁ ନାହିଁ । ଖାଦ୍ୟ ଖାଇବା ପରେ ଥାଳିରେ ଆଦୌ ହାତ ଧୁଅନ୍ତୁ ନାହିଁ । କଦାପି ଭୋଜନକୁ ନଷ୍ଟ କରନ୍ତୁ ନାହିଁ । ଆବଶ୍ୟକ ପରିମାଣରେ ହିଁ ଥାଳିରେ ଭୋଜନ ନିଅନ୍ତୁ ।
ଭୋଜନ ନଷ୍ଟ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ଅବମାନନା ହୋଇଥାଏ । ଆର୍ଥିକ ସମସ୍ୟା ଲାଗି ରହିଥାଏ । ରୋଷେଇ ଘରକୁ କଦାପି ଅପରିଷ୍କାର ରଖନ୍ତୁ ନାହିଁ । ବିଶେଷ କରି ରାତିରେ ରୋଷେଇ ଘରକୁ ଅପରିଷ୍କାର ରଖନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ରାତିରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ । ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଧନର ଅଭାବ ଲାଗି ରହିଥାଏ । ରାତିରେ ପାଣି ରଖୁଥିବା ସ୍ଥାନକୁ ଅନ୍ଧକାର ରଖନ୍ତୁ ନାହିଁ । ଏଠାରେ ଲାଇଟ୍ ଲଗାଇ ରଖନ୍ତୁ । ଭୋଜନ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ହାତ ଧୁଅନ୍ତୁ । ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ । ଭୋଜନ ସର୍ବଦା ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ପ୍ରସ୍ତୁତ କରିବା ଶୁଭଙ୍କର ।




admin 