ଧୋନିଙ୍କୁ ନେଇ ବଡ଼ ବୟାନ ଦେଲେ ରବି ଶାସ୍ତ୍ରୀ

ଇଂଲଣ୍ଡ : ୨୦୧୩ରେ ଭାରତ ଶେଷ ଥର ପାଇଁ ଜିତିଥିଲା ଆଇସିସି ଟ୍ରଫି । ଇଂଲଣ୍ଡରେ ଖେଳାଯାଇଥିବା ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଚମ୍ପିଆନ୍ ହୋଇଥିଲା । ଫାଇନାଲ ମୁକାବିଲାରେ ଘରୋଇ ଇଂଲଣ୍ଡକୁ ପରାସ୍ତ କରିଥିଲା ଭାରତୀୟ ଟିମ୍ । ୧୦ ବର୍ଷ ହୋଇଯାଇଥିଲେ ମଧ୍ୟ ଭାରତ କୌଣସି ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇନି । ଏହି ସମୟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଏକ ବଡ଼ ବୟାନ ଦେଇଛନ୍ତି ।
ରବି ଶାସ୍ତ୍ରୀ କହିଛନ୍ତି ଯେ, ଆଇସିସି ଟ୍ରଫି ଜିତିବା ଏତେ ସହଜ ନୁହେଁ । ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଚମ୍ପିଆନ୍ ହେବା ବହୁତ କଷ୍ଟ । ଆମେ ପାଖରେ ଧୋନି ଥିଲେ ବି ଏସବୁ ସହଜ ଲାଗୁଥିଲା । କିନ୍ତୁ ଧୋନି ଟିମ୍ର ନେତୃତ୍ୱ ଛାଡିବା ପରେ ଆମକୁ ଆଇସିସି ଟ୍ରଫି ଜିତିବାରେ କାଠିକର ହେଉଛି । ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ତିନୋଟି ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇଥିଲା । ପ୍ରଥମେ ୨୦୦୭ରେ ଟି-୨୦ ବିଶ୍ୱକପ୍ ଚମ୍ପିଆନ୍, ପରେ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଚମ୍ପିଆନ୍, ୨୦୧୩ରେ ଚମ୍ପିଆନ୍ ଟ୍ରଫି ଚମ୍ପିଆନ୍ ହୋଇଥିଲେ । ଏପିରିକି ଧୋନିଙ୍କ ନେତୃତ୍ୱରେ ହିଁ ଟିମ୍ ଇଣ୍ଡିଆ ଟେଷ୍ଟ ରାଙ୍କିଂରେ ନମ୍ବର ହୋଇଥିଲା ।
ତେବେ ଧୋନିଙ୍କ ପରେ ବିରାଟ କୋହଲି ଲମ୍ବା ସମୟ ଧରି ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । କିନ୍ତୁ କୌଣସି ଆଇସିସି ଟ୍ରଫି ଜିତିବାରେ ସଫଳତ ହୋଇନଥିଲେ । ସେହିପରି ରୋହିତ ଶର୍ମା ମଧ୍ୟ ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଛନ୍ତି । ନକ୍ଆଉଟ୍ ମ୍ୟାଚ୍ ହାରି ଆଇସିସି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଉଛି ଟିମ୍ ଇଣ୍ଡିଆ । ଯାହାଫଳରେ କପ୍ ଜିତିବାରେ ଭାରତୀୟ ଟିମ୍ର ଆଶା ଆଶାରେ ରହିଯାଉଛି ।ସୂଚନାଯୋଗ୍ୟ ଯେ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ମୁକାବିଲା ସରିଛି । ଏଥିରେ ଅଷ୍ଟ୍ରେଲିଆ ଟିମ୍ ଭାରତକୁ ୨୦୯ ରନ୍ରେ ପରାସ୍ତ କରିଛି ।