ପାଣିରେ ବୁଡ଼ି ଏନଆଇଟି ଛାତ୍ର ମୃତ

ରାଉରକେଲା: ପାଣିରେ ବୁଡ଼ି ଜଣେ ଏନଆଇଟି ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତକାଲି ଅପରାହ୍ନରେ ଏନଆଇଟିର ୧୦ ଜଣ ଛାତ୍ର ଓଡ଼ିଶା ସୀମାନ୍ତ ଅକ୍ଷୟଶିଳାକୁ ବୁଲିବାକୁ ଯାଇଥିଲେ । ଅକ୍ଷୟଶିଳା ନାଳରେ ବେଗଡ଼ି ଆଦଶରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଆଜି ସକାଳେ ଖୋଜାଖୋଜି କରିବା ପରେ ତାଙ୍କ ମୃତ ଶରୀର ପାଣି ଭିତରୁ ମିଳିଥିଲା । ବିଶ୍ରା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।