ସେପ୍ଟେମ୍ବରରୁ ବିଜେଡି ଆରମ୍ଭ କରିବ ‘ଘରେ ଘରେ ଶଙ୍ଖ’ ଅଭିଯାନ

ସେପ୍ଟେମ୍ବରରୁ ବିଜେଡି ଆରମ୍ଭ କରିବ ‘ଘରେ ଘରେ ଶଙ୍ଖ’ ଅଭିଯାନ

ଭୁବନେଶ୍ୱର: ସେପ୍ଟେମ୍ବରରୁ ବିଜେଡି ଆରମ୍ଭ କରିବ ‘ଘରେ ଘରେ ଶଙ୍ଖ’ ଅଭିଯାନ । ଏହାର ନେତୃତ୍ୱ ନେବେ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା । ମହିଳା କର୍ମୀମାନେ ପ୍ରତି ଘରକୁ ଯିବେ । ଶଙ୍ଖ ଚିହ୍ନ ଷ୍ଟିକରକୁ କାନ୍ଥରେ ଲଗାଇବେ । ସରକାରଙ୍କ ସଫଳ କାର୍ୟ୍ୟକ୍ରମର ବାର୍ତ୍ତା ଭରା ପ୍ରଚାରପତ୍ରକୁ ଘରେ ଘରେ ବାଣ୍ଟିବେ । ଏସବୁ କାର୍ୟ୍ୟ ବାବଦରେ ଲୋକଙ୍କୁ ବୁଝାଇବେ ମହିଳା କର୍ମକର୍ତ୍ତା । ବିଶେଷ କରି ଗୃହିଣୀଙ୍କ ଭୋଟ ହାତେଇବା ଉପରେ ବିଜେଡିର ନଜର ରହିଛି । ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତୀକରଣ ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଗୃହିଣୀଙ୍କୁ ସଚେତନ କରାଯିବ ଏହି ଅଭିଯାନ ମାଧ୍ୟମରେ । ପ୍ରାୟ ୧ ମାସ ଧରି ଏହି ଅଭିଯାନ ଚାଲିବ ବୋଲି ଜଣାପଡ଼ିଛି । କାର୍ୟ୍ୟକ୍ରମର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ପରେ ଖୁବ୍‌ଶୀଘ୍ର ବିଜେଡି ପକ୍ଷରୁ ଏସମ୍ପର୍କରେ ଘୋଷଣା କରାଯିବ ।

କେବଳ ଏତିକିରେ ଅଟକିବନି ଦଳୀୟ କାର୍ୟ୍ୟକ୍ରମର । ଯୁବ ଓ ଛାତ୍ର ଟିମ୍‌ ବି ସେପ୍ଟେମ୍ବରରୁ ଜୋର୍‌ଦାର୍‌ ଅଭିଯାନ ଚଳାଇବେ ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରରେ । ଯୁବ ଭୋଟକୁ ନଜର ରଖି ବିଭିନ୍ନ କାର୍ୟ୍ୟକ୍ରମର କରାଯିବ । ବିଶେଷକରି ପ୍ରଥମ ଥର ଭୋଟ ଦେଉଥିବା ନୂଆ ଭୋଟରଙ୍କୁ ଆକର୍ଷିତ କରିବା ଭଳି ସ୍ୱତନ୍ତ୍ର ଅଭିଯାନ ଚଳାଇବ ବିଜେଡି । ଏ ନେଇ ଦଳ ସ୍ୱତନ୍ତ୍ର ଯୋଜନା ଚଳାଇଛି।