ଓଡ଼ିଶାରେ କରୋନାରେ ଉପରମୁହାଁ: ଦିନକରେ ୫୪୨ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଓଡ଼ିଶାରେ କରୋନାରେ ଉପରମୁହାଁ: ଦିନକରେ ୫୪୨ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୨ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢି ବଢି ଚାଲିଛି । ଏବେ ରାଜ୍ୟରେ ୩୨୭୦ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିଭଳି ୩୫୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ଠାରୁ ସଂକ୍ରମିତ ହାର ଅଧିକ ରହୁଛି ଯାହା ଏବେ ଚିନ୍ତା ବଢାଇ ଦେଇଛି ।

ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢୁଥିବା କାରଣରୁ ହସ୍ପିଟାଲ ଗୁଡିକରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି । କେବଳ ରାଜ୍ୟରେ ନୁହେଁ ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୯୬୨୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଥଛି । ସେହିଭଳି ଦେଶରେ କରୋନାରେ ଗତ ୨୪ ଘଣ୍ଟାରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଏହି ସମୟ ସୀମା ମଧ୍ୟରେ ୧୧୯୬୭ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଗତ ଏପ୍ରିଲ ୨୩ରେ ଦେଶରେ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ।