ବଡ଼ଖବର: ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଏବେ ବିଭିନ୍ନ ରାଜନେତା ମୂଳ ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ କଂଗ୍ରେସକୁ ବାଏ ବାଏ କରିଛନ୍ତି ଚିରଞ୍ଜୀବ ବିଶ୍ୱାଳ । ସେ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ବିଶ୍ୱାଳ ହେଉଛନ୍ତି ଜଗତସିଂହପୁରର ପୂର୍ବତନ ବିଧାୟକ । ୨୦୧୪ରୁ ୨୦୧୯ଯାଏଁ ସେ ଜଗତସିଂହପୁରର ବିଧାୟକ ଥିଲେ ।
୨୦୧୪ରେ କଂଗ୍ରେସ ଟିକେଟ୍ରୁ ଜଗତସିଂହପୁର ଆସନରୁ ବିଜୟୀ ହୋଇଥିଲେ । ଏହା ପରେ ୨୦୧୯ରେ ପୁଣି ଥରେ ଜଗତସିଂହପୁରରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ଗତ ବର୍ଷ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା । କିଛି ଦିନ ପରେ ତାଙ୍କ ଉପରୁ ନିଲମ୍ବନ ହଟାଇଥିଲା ଏଆଇସିସି । ହେଲେ ପରବର୍ତୀ ସମୟରେ ତାଙ୍କୁ କୌଣସି ଦଳୀୟ କାର୍ୟ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ତାଙ୍କ ପୋଷ୍ଟର ଓ ବ୍ୟାନରରେ କଂଗ୍ରେସ ଦଳୀୟ ନଥିଲା । ହେଲେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବାବେଳେ ଖୁବ୍ ଶୀଘ୍ର ବିଜେଡିରେ ମିଶିବା ଚର୍ଚ୍ଚା ହେଉଛି ।