ସିଏଏ ଉପରେ ବିଜେପିର ସମ୍ପର୍କ ଅଭିଯାନ, ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଧର୍ମେନ୍ଦ୍ର

ସିଏଏ ଉପରେ ବିଜେପିର ସମ୍ପର୍କ ଅଭିଯାନ, ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଧର୍ମେନ୍ଦ୍ର

ସିଏଏ ଉପରେ ବିଜେପିର ସମ୍ପର୍କ ଅଭିଯାନ, ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ : ନାଗରିକତା ଅଧିକାର ସଂଶୋଧନ ଆଇନ (ସିଏଏ) କୁ ନେଇ ବିଜେପି ଚଳିତ ମାସ ୫ ତାରିଖରୁ ଘର ଘର ସମ୍ପର୍କ ଅଭିଯାନ ଆରମ୍ଭ କରିବାକୁ ଯାଉଥିଲା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରାଣସୀର ଦାୟିତ୍ୱ ଦିଆଯାଇଛି । ଅର୍ଥାତ ସିଏ ବାରାଣସୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ ଉକ୍ତ ଆଇନ ସମ୍ପର୍କରେ ସଚେତନ କରିବେ ଏବଂ ଏହା ନେଇ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଉଦ୍ୟମ କରିବେ । ୫ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ବିଜେପିର ଏହି ଅଭିଯାନର ଶୁଭାରମ୍ଭ କରିବେ । ଏହା ପରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା ଗାଜିଆବାଦ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲକ୍ଷେ୍ନøରେ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରେ, ଡି.ସଦାନନ୍ଦ ଗୌଡ଼ା ବେଙ୍ଗାଲୁରୁରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୟପୁରରେ, ରବିଶଙ୍କର ପ୍ରସାଦ ଫରିଦାବାଦରେ, ଥାୱାର ଚନ୍ଦ ଗେହଲୋତ ରାୟପୁରରେ, ଅର୍ଜ୍ଜୁନ ମୁଣ୍ଡା ଜାମସେଦପୁରରେ ଏବଂ ପୀୟୁଷ ଗୋୟଲ ମୁମ୍ବାଇରେ ଏହି ଅଭିଯାନ ଚଳାଇବେ ।