ଅମିତା ପଣ୍ଡା ମିସେସ୍ ୟୁନିଭର୍ସ

ଅମିତା ପଣ୍ଡା ମିସେସ୍ ୟୁନିଭର୍ସ

ଅମିତା ପଣ୍ଡା ମିସେସ୍ ୟୁନିଭର୍ସ
ଭୁବନେଶ୍ୱର : ଓଡ଼ିଆ ଘରର ବୋହୂ ଅମିତା ପଣ୍ଡା ପୁଣି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ସେ ମିସେସ୍ ୟୁନିଭର୍ସ ଥ୍ରୀର ମୁକୁଟ ପିନ୍ଧିଛନ୍ତି । ଚୀନର ଅନୁଷ୍ଠିତ ୪୨ ତମ ମିସେସ୍ ୟୁନିଭର୍ସ ପ୍ରତିଯୋଗିତାରେ ମୁକୁଟ ବିଜୟିନୀ ହୋଇଛନ୍ତି ଅମିତା । ଏହି ବିଶ୍ୱ ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ୯୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ହେଲେ ସମସ୍ତଙ୍କୁ ପଛରେ ପକାଇ ବାଜି ନେଇଥିଲେ ଅମିତା । ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ମହିଳା ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବର ସେ ବିଭିନ୍ନ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି । ୨୦୧୮ ରେ ମିସସେ ଇଣ୍ଡିଆ ଗାଲାକ୍ସି ଏବଂ ମିସେସ ସୋସିଆଲ ଆଇକନ ମୁକୁଟ ହାସଲ କରିସାରିଛନ୍ତି । ଏହି ପ୍ରତିଯୋଗିତା ଜିତିବା ପରେ ସେ ଏହାର ଶ୍ରେୟ ନିଜର ପରିବାର, କୋରିଓଗ୍ରାଫର, ଟ୍ରେନରଙ୍କୁ ଦେଇଛନ୍ତି ।