ନବନିଯୁକ୍ତ ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତିଙ୍କ କୃତଜ୍ଞତା

ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସର ନବନିଯୁକ୍ତ ଉପସଭାପତି ଭାବରେ ଶ୍ରୀ ନିତେଶ କୁମାର ସାହୁ ନିଯୁକ୍ତି ପାଇଥିବାରୁ ଶ୍ରୀ ସାହୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ଅଖିଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ମିସ ଅନୁଲେଖା ବୋଷା ଓ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଛାତ୍ର କଂଗ୍ରେସ ସଂଗଠନକୁ ସଦୃଢ଼ କରିବା ସହିତ ନିଜ ଦାୟୀତ୍ୱକୁ ସୁଚାରୁରୂପେ ସଂପାଦନ କରିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।