ଆଦିବାସୀ ଓ ହରିଜନମାନେ ବ୍ୟବହାର କରୁଥିବା ଜାଗାକୁ ରାସ୍ତା ନାମରେ ହଡ଼ପ କରିବାକୁ ଯୋଜନା

ବିଏମସି ଅଧିନସ୍ଥ ୯ନଂ ୱାର୍ଡରେ ଥିବା ଗାଢ଼କଣ ସବରସାହିରେ ପ୍ରାୟ ୬ଶହରୁ ଉଦ୍ଧ୍ୱର୍ ଆଦିବାସୀ ଓ ହରିଜନଶ୍ରେଣୀର ପରିବାର ବସବାସ କରନ୍ତି । ଆବାହନ କାଳରୁ ବ୍ୟବହାର କରୁଥିବା ଖେଳପଡ଼ିଆ ଓ ତାକୁ ଲାଗିକିଥିବା ଶ୍ମସାନ ଜାଗା ମୂଲ୍ୟବାନ ହୋଇଥିବାରୁ ସରକାର ଓ ବିଲଡରର୍ସ ମାଲିକ ଏକ ଚକ୍ରାନ୍ତ ଅସାଧୁ ମେଂଟ ଏହି ଜାଗାକୁ ହଡ଼ପ କରିବାପାଇଁ ରାସ୍ତା ନାମରେ ଯୋଜନା କରିଛନ୍ତି । କଂଗ୍ରେସ ଦଳ ଯେତେବେଳେ ସରକାର ଥିଲା ସେତେବେଳେ ଆଦିବାସୀ ଓ ହରିଜନମାନେ ବ୍ୟବହାର କରୁଥିବା ଜାଗାରୁ ତାଙ୍କୁ କେବେହେଲେ ନିରନ୍ତର କରାଯାଇନାହିଁ । ସରକାର ଆଦିବାସୀ ହରିଜନ କଲ୍ୟାଣ ନାମରେ ବହୁ ଉନ୍ନତୀମୂଳକ କାର୍ଯ୍ୟ କରୁଛନ୍ତି ବୋଲି କହୁଛନ୍ତି କିନ୍ତୁ ରାଜଧାନୀର ମୂଲ୍ୟବାନ ସମ୍ପତି ଉପରେ ଲୋଭ ରଖି ସରକାରୀ ଦଳର ବ୍ୟକ୍ତି ଓ ବିଲଡରର୍ସ ମାଲିକ ରାସ୍ତା ନାମରେ ହାତେଇବାକୁ ଚେଷ୍ଟା କରୁଛନ୍ତି । ସରକାର କ୍ରୀଡ଼ା କ୍ଷେତ୍ରରେ ଚାରିଆଡ଼େ ଷ୍ଟାଡିୟମ ତିଆରି କରୁଥିଲା ବେଳେ ଏଠାରେ ବହୁ ବର୍ଷ ଧରି ଖେଳପଡ଼ିଆକୁ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି । ପିଲାମାନେ ଯଦି ଅଭ୍ୟାସ ନକରନ୍ତି ଆଗାମୀ ଦିନରେ ଖେଳାଳି ବାହାରିବା କଷ୍ଟକର ହେବ । ଏଣୁ ଖେଳପଡ଼ିଆ ଓ ଶ୍ମସାନକୁ ଦୃଷ୍ଟିରେ ରଖି ସରକାର ଏଥିରୁ ନିବୃତ ରହିବା ଦରକାର ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ମିଡିଆ ବିଭାଗର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ଦାସ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି । ନଚେତ ଆଗାମୀ ଦିନରେ ଆଦିବାସୀଙ୍କ ସହ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବ୍ଲକ ସଭାପତି ବ୍ରହ୍ମାନନ୍ଦ ସାହୁ ଉପସ୍ଥିତ ଥିଲେ ।