ବିଜେପି ୱାସିଂ ମେସିନ ସହାୟତାରେ ସମସ୍ତଙ୍କତର ଦାଗ ସଫା କରିଦେଇପାରୁଛି:ନୀତିନ ଗଡକରି
ନୂଆଦିଲ୍ଲୀ: ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି । ଏହି କ୍ରମରେ ସେ ଦ୍ୱାରକା ଏକ୍ସପ୍ରେସ ୱେ ନିର୍ମାଣ ନେଇ ସିଏଜି ଦେଇଥିବା ରିପୋର୍ଟ ଉପରେ କହିଛନ୍ତି କି, ଏହି ପ୍ରୋଜେକ୍ଟରେ ଆମେ ଟଙ୍କା ବଞ୍ଚାଇଛୁ । ଯଦି ଏଥିରେ ଦୁର୍ନୀତି ହୋଇଛି ବୋଲି ବିରୋଧୀଦଳ ପ୍ରମାଣ କରିଦେବ ତେବେ ଦଣ୍ଡ ଭୋଗିବାକୁ ମୁଁ ପ୍ରସ୍ତୁତ ରହିଛି । ଏହାସହ ଦେଶରେ ଯେଭଳି ଭାବେ ଆର୍ଥିକ ଶକ୍ତିର ବୃଦ୍ଧି ଘଟିଛି ତାହା ଏବେ ବିଶ୍ୱ ଦେଖୁଛି ବୋଲି ସେ କହିଛନ୍ତି ।
ଗଣମାଧ୍ୟମ ପ୍ରତିନିଧୀ ଯେତେବେଳେ ଦାଗି ନେତାମାନେ କାହିଁକି ବିଜେପିରେ ଯୋଗ ଦେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ତାହା ଉପରେ ଗଡକରୀ କହିଛନ୍ତି କି ବିଜେପି ପାଖରେ ପରିବେଶ ଅନୁକୂଳ ସାବୁନ ରହିଛି ଓ ବିଜେପି ୱାସିଂ ମେସିନ ସହାୟତାରେ ସମସ୍ତଙ୍କତର ଦାଗ ସଫା କରିଦେଇପାରୁଛି । ରାଜନୀତିରେ ଲୋକ ଆସିବେ ଓ ଯିବେ । ଏହାକୁ ନେଇ ଅନେକ କଥା ଉଠିବ । ଏହାସହ ରାଜନୀତି ହେଉଛି ଗଠନ, ସୀମିତତା ଏବଂ ବିରୋଧାଭାସର ଖେଳ ବୋଲି ଗଡକରୀ କହିଛନ୍ତି । ଏହାସହ ନିର୍ବାଚନ ଜିତିବାକୁ ହେଲେ ରାଜନୀତି ସବୁଠାରୁ ଗୁରୁତ୍ୱର । ଏଣୁ ବିଜେପି ବି ତାର ଶକ୍ତି ବୃଦ୍ଧି କରିବାକୁ ରାଜନୀତି କରୁଛି ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।