ଉଚ୍ଚ କୋଲେଷ୍ଟ୍ରଲରୁ କିପରି ରକ୍ଷା ପାଇବେ
ଖାଦ୍ୟପେୟରେ ଅନିୟମିତତା ଏବଂ ସ୍ୱଳ୍ପ ଶାରୀରିକ କାର୍ଯ୍ୟକଳାପ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ପ୍ରମାଣିତ ହେଉଛି। ଏହି ସାମାନ୍ୟ ଅବହେଳା ବହୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ସେଥିମଧ୍ୟରୁ କୋଲେଷ୍ଟ୍ରଲ ବୃଦ୍ଧି ଅନ୍ୟତମ। ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ହେଲେ ହୃଦୟ ସ୍ୱାସ୍ଥ୍ୟ ବିଗିଡିଯାଏ। ଏହି କାରଣରୁ ରକ୍ତ ମସ୍ତିଷ୍କ ଏବଂ ହୃଦୟରେ ପହଞ୍ଚେ ନାହିଁ, ଯେଉଁ କାରଣରୁ ହୃଦଘାତ ଏବଂ ମସ୍ତିଷ୍କ ଆଘାତର ଆଶଙ୍କା ବଢିଯାଏ। ସେଥିପାଇଁ ଉଚ୍ଚ କୋଲେଷ୍ଟ୍ରଲକୁ ନୀରବ ଘାତକ ବୋଲି କୁହାଯାଏ। ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହେଲେ କି କି ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
କୋଲେଷ୍ଟ୍ରଲ ବୃଦ୍ଧିର ଲକ୍ଷଣ
- ଆଖିର ଚାରିପାଖରେ ହଳଦିଆ ଦାଗ, ଯାହାକୁ ଜେନଥୋମାସ୍ କୁହାଯାଏ।
- ଛାତି ଯନ୍ତ୍ରଣା (ଏନଞ୍ଜାଇନା)
- ଶରୀରର ଗୋଟିଏ ପାର୍ଶ୍ୱରେ ଦୁର୍ବଳତା।
- ଷ୍ଟ୍ରୋକ୍ କାରଣରୁ ପକ୍ଷାଘାତ ବା ପାରାଲିସିସ୍।
- ଗୋଡରେ ଯନ୍ତ୍ରଣା, ଚାଲିବାରେ ଅସୁବିଧା।
ଉଚ୍ଚ କୋଲେଷ୍ଟ୍ରଲରୁ ରକ୍ଷା ପାଇବା ପାଇଁ, ସର୍ବପ୍ରଥମେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଜରୁରୀ। ଖାଦ୍ୟ ସାଙ୍ଗକୁ ଶାରୀରିକ ବ୍ୟାୟାମ କରନ୍ତୁ। ଖାଦ୍ୟରେ ସବୁଜ ପତ୍ରଯୁକ୍ତ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ। ପ୍ରତିଦିନ ଫଳ ଖାଇବା ଅଭ୍ୟାସ ରଖନ୍ତୁ। ବିଭିନ୍ନ ପ୍ରକାର ସିଡ୍ସ ଏବଂ ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ। ଅଧିକ ଚାପ ନିଅନ୍ତୁ ନାହିଁ। ବାହାର ଖାଦ୍ୟ, ଜଙ୍କ ଫୁଡଠାରୁ ଦୂରରେ ରୁହନ୍ତୁ। ପ୍ରକ୍ରିୟାକୃତ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଲାଲ୍ ମାଂସଠାରୁ ଦୂରେଇ ରୁହନ୍ତୁ। ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ। ଏହି ସବୁ ଉପାୟ ଅବଲମ୍ବନ କରି କେବଳ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିପାରିବେ।




admin 