ଜାଣନ୍ତୁ ଗର୍ଭାଶୟ କର୍କଟ କାହିଁକି ହୁଏ?ରୋଗର କାରଣ ଓ ଲକ୍ଷଣ
ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ସର୍ଭିକାଲ କ୍ୟାନସର ବା ଗର୍ଭାଶୟ କର୍କଟ ଅନ୍ୟତମ। ଏହି କର୍କଟ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀରେ ଗର୍ଭାଶୟ କର୍କଟ ସଚେତନତା ମାସ ପାଳନ କରାଯାଏ। ସଚେତନତାର ଏହି ମାସରେ ଜାଣନ୍ତୁ, ଗର୍ଭାଶୟ କର୍କଟ ରୋଗର ବିକାଶରେ HPV ଭୂତାଣୁର ଭୂମିକା କ’ଣ ଏବଂ ଏହାକୁ କିପରି ରୋକିବେ...
ହ୍ୟୁମାନ ପପିଲୋମାଭାଇରସ୍ (HPV) ଭୂତାଣୁ କାରଣରୁ ସର୍ଭିକାଲ କ୍ୟାନସର ହୋଇଥାଏ। ସେକ୍ସୁଆଲି ଟ୍ରାନ୍ସମିଟେଡ ଇନଫେକ୍ସନ (STI) ଏଥିପାଇଁ ମୁଖ୍ୟତଃ ଦାୟୀ। ଏହା 200ରୁ ଅଧିକ HPV ସମ୍ବନ୍ଧୀୟ ଭୂତାଣୁଙ୍କର ଏକ ଗୋଷ୍ଠୀ, ଯେଉଁଥିରେ କେତେକ ପ୍ରକାରର ଗର୍ଭାଶୟ କର୍କଟ ହେବାର ସମ୍ଭାବନା ଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଗର୍ଭାଶୟ କର୍କଟ ହେଉଛି ବିଶ୍ୱରେ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା କର୍କଟ ମଧ୍ୟରୁ ଚତୁର୍ଥ ସାଧାରଣ କର୍କଟ।
HPV ହେଉଛି ଏକ ଭୂତାଣୁ। ଏହି ଭୂତାଣୁରେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଭାଜିନାଲ, ଆନାଲ କିମ୍ବା ଓରାଲ ସେକ୍ସ ଏପରିକି ଚର୍ମ ସହ ଅନ୍ତରଙ୍ଗ ସ୍ପର୍ଶ ମାଧ୍ୟମରେ ବ୍ୟାପିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଏହା ଏତେ ସାଧାରଣ ପ୍ରକାର ଭୂତାଣୁ ଯେ, ଯୌନ ସମ୍ପର୍କ ରଖୁଥିବା ଦୁନିଆର ପ୍ରତ୍ୟେକ ଲୋକ କେବେ ନା କେବେ ଏଥିରେ ସଂକ୍ରମିତ ହୋଇପାରନ୍ତି।
ବାସ୍ତବରେ, କେବଳ 2018ରେ ପ୍ରାୟ 43 ନିୟୁତ ବ୍ୟକ୍ତି HPV ସଂକ୍ରମଣ ହୋଇଥିଲେ, ଏମାନଙ୍କ ମଧ୍ୟରୁ ପ୍ରାୟତଃ କିଶୋର ଏବଂ 20 ବର୍ଷରୁ କମ୍ ବୟସ୍କ ଥିଲେ। ଅନେକ ପ୍ରକାରର HPV ରହିଛି, ଯାହା କ୍ଷତିକାରକ ନୁହେଁ, ଏମାନଙ୍କର କୌଣସି ଲକ୍ଷଣ ମଧ୍ୟ ସୃଷ୍ଟି ହୁଏ ନାହିଁ। କିନ୍ତୁ କେତକ ପ୍ରକାର ରହିଛି, ଯାହା ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରନ୍ତି।




admin 