ହୃଦୟ ଏବଂ ଅସ୍ଥି ପାଇଁ ଜରୁରୀ ଭିଟାମିନ-କେ

ହୃଦୟ ଏବଂ ଅସ୍ଥି ପାଇଁ ଜରୁରୀ ଭିଟାମିନ-କେ

ସ୍ୱାସ୍ଥ୍ୟ ପାଇଁ ଭିଟାମିନ, ପ୍ରୋଟିନ ଏବଂ ମିନେରାଲ୍ସ ନିହାତି ଆବଶ୍ୟକ। ବିଭିନ୍ନ ପ୍ରକାର ଭିଟାମିନ ମଧ୍ୟରୁ ଭିଟାମିନ-କେ ସ୍ୱାସ୍ଥ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଭିଟାମିନ ହୃଦୟ ଏବଂ ଅସ୍ଥି ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ। ଖାଦ୍ୟ ମାଧ୍ୟମରେ କିପରି ଭିଟାମିନ-କେ ଅଭାବକୁ ଦୂର କରିବେ, ଜାଣନ୍ତୁ... 

ବ୍ରୋକୋଲି 
ବ୍ରୋକୋଲି ପୋଷକ ତତ୍ତ୍ୱର ଏକ ଭଣ୍ଡାର। ଏଥିରେ ଭିଟାମିନ-କେ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ। ଏହା ସହିତ ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର ବ୍ରୋକଲି। ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ଅସ୍ଥି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ତେଣୁ ଡାଏଟରେ ବ୍ରୋକଲି ଆଡ୍ କରନ୍ତୁ। 

ବ୍ରୁସେଲ୍ସ ସ୍ପ୍ରାଉଟ୍ସ
ଛୋଟ ସବୁଜ ରଙ୍ଗର କୋବି ପରି ଦେଖାଯାଉଥିବା ଏହି ପରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଏଥିରୁ ଭିଟାମିନ-କେ ସହ ପ୍ରୋଟିନ୍ ଏବଂ ଭିଟାମିନ-ସି ମଧ୍ୟ ଥାଏ, ଯାହା ହୃଦୟ ପାଇଁ ଜରୁରୀ।