ପ୍ରକାଶ ବେହେରାଙ୍କ ନାମାଙ୍କନ ପତ୍ର ଦାଖଲ

ପ୍ରକାଶ ବେହେରାଙ୍କ ନାମାଙ୍କନ ପତ୍ର ଦାଖଲ

ରାଜ୍ଯ ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଜାରି ରହିଥିବା ବେଳେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଦୋଳମୁଣ୍ଡାଇ ପତିତପାବନ ମନ୍ଦିର ରୁ ଶୋଭାଯାତ୍ରାରେ ପ୍ରକାଶ ବେହେରା ବାହାରି ସହର ପରିକ୍ରମା କରିଥିଲେ। ହଜାର ହଜାର ସଂଖ୍ୟାରେ ବିଜେଡି ସମର୍ଥକଙ୍କ ଗହଣରେ ପ୍ରକାଶ ଦରଘାବଜାର, ଗୌରିଶଙ୍କର ପାର୍କ,  ଚୌଧୁରୀବଜାର, ବାଲୁବଜାର ହୋଇ କଟକ ସଦର ତହସିଲ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ  ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ଦାଖଲ ପରେ ପ୍ରକାଶ ନିଜର ପ୍ରଚାର ଅଭିଯାନ କୁ ଆହୁରି ଜୋରଦାର କରିବେ ବୋଲି କହିଛନ୍ତି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିକାଶ ମୂଳକ କାମକୁ ଆୟୁଧ କରି ସେ ନିର୍ବାଚନ ରେ ଭଲ କରିବେ ବୋଲି ପ୍ରକାଶ ବେହେରା ଦୃଢୋକ୍ତି ପ୍ରକାଶ କରିଛନ୍ତି।