ବିଜେଡିରେ ଯୋଗଦେବେ କେ. ସୁରିୟା ରାଓ

ବିଜେଡିରେ ଯୋଗଦେବେ କେ. ସୁରିୟା ରାଓ

ବିଜେଡିରେ ଯୋଗଦେବେ କେ. ସୁରିୟା ରାଓ
ଭୁବନେଶ୍ୱର: କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୁରିୟା ରାଓ। ତେଣୁ ଖୁବଶୀଘ୍ର ସେ କଂଗ୍ରେସ ଛାଡ଼ିବେ ବୋଲି କହିଛନ୍ତି। ଦଳର ବିପର୍ଯ୍ୟୟ ପାଇଁ କାରଣ ଖୋଜିବା ନାଁରେ ଏକ ବୈଠକ ଡାକି ସେ ଏହି ସୂଚନା ଦେଇଛନ୍ତି। କଂଗ୍ରେସର ପରାଜୟ ପାଇଁ ଖୋଦ କଂଗ୍ରେସ ନେତୃତ୍ୱ ହିଁ ଦାୟୀ, ସମସ୍ତେ ଏକାଠି ନହେଲେ କଂଗ୍ରେସ ବିଜୟ ସ୍ୱପ୍ନ ଦେଖିବା ବୃଥା ବୋଲି ସେ କହିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ କେ. ସୁରିୟା ରାଓ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ଲଢ଼ିଥିଲେ। ତେବେ ଏଥିରେ ଶୋଚନୀୟ ପରାଜୟ ବରଣ କରିବା ସହ ଚତୁର୍ଥ ସ୍ଥାନରେ ରହିଥିଲେ।