ବିଜେଡି ଛାଡିଲେ ସୁକାନ୍ତ

ବିଜେଡି ଛାଡିଲେ ସୁକାନ୍ତ

 ବିଜେଡି ଛାଡିଲେ ସୁକାନ୍ତ
ଭୁବନେଶ୍ୱର:ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଶ୍ରୀ ନାୟକ ନିଜର ଇସ୍ତଫାପତ୍ରରେ ଜିଲ୍ଲା ବିଜେଡି ସଭାପତିଙ୍କ ବିରୋଧରେ ବିଷୋଦାଗାର କରିଛନ୍ତି । ଏକ ମିଶ୍ରଣ ପର୍ବରେ ତାଙ୍କୁ ଅଣଦେଖା କରାଯାଇଥିବା ଶ୍ରୀ ନାୟକ କହିଛନ୍ତି । ଜିଲ୍ଲା ସଭାପତିଙ୍କ ମାନସିକ ପିର୍ଯାତନା ଅସହ୍ୟ ହୋଇଥିବା ମଧ୍ୟ ଶ୍ରୀ ନାୟକ କହିଛନ୍ତି ।