ବିଜେବି କଲେଜ ଗେଟ୍‌ରେ ତାଲା ପକାଇଲେ ଛାତ୍ର

ବିଜେବି କଲେଜ ଗେଟ୍‌ରେ ତାଲା ପକାଇଲେ ଛାତ୍ର

ଭୁବନେଶ୍ୱର : ବିଜେବି କଲେଜରେ ପୁଣି ଛାତ୍ର ଉତ୍ତେଜନା।  କଲେଜ ଗେଟ୍‌‌ରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ର। କ୍ୟାମ୍ପସରୁ ଜଣେ ପୂର୍ବତନ ଛାତ୍ରଙ୍କୁ ପୁଲିସ ଉଠାଇ ନେବାରୁ ପ୍ରତିବାଦ ହୋଇଛି।ଛାତ୍ରଛାତ୍ରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଫଳରେ ଯାନବାହାନ ଅଟକି ରହିଛି ଏହା ଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନେ୍ଦାଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଥିବା ଜଣାଯାଇଛି  

ସୂଚନା ମୁତାବକ, ସମ୍ପୃକ୍ତ ଛାତ୍ର ଜଣକ ପୂର୍ବ ଏକ ଗଣ୍ଡଗୋଳରେ ସାମିଲ ଥିବା ଅଭିଯୋଗ କରି ପୁଲିସ ତାଙ୍କୁ ଗିରଫ କରିଛି କଲେଜର ପୁରାତନ ଛାତ୍ର ସ୍ମୃତିରଂଜନ ପଣ୍ଡା କ୍ୟାମ୍ପସରେ ଥିବା ବେଳେ ଗତ ରାତି ପ୍ରାୟ ୮ଟାରୁ ୯ଟା ମଧ୍ୟରେ ପୁଲିସ୍ତାଙ୍କୁ ଉଠାଇ ନେଇଛି ଏହାକୁ ନେଇ ଛାତ୍ରଛାତ୍ରୀ ତାତିଥିବା ବେଳେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି। ହେଲେ ତାଙ୍କର କୌଣସି ଗଣ୍ଡଗୋଳରେ ସମ୍ପୃକ୍ତି ନାହିଁ ବରଂ ବାରମ୍ବାର ଅଭିଯୋଗ ପରେ ବି ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଣଛାତ୍ରଙ୍କୁ ଗିରଫ ନକରି ବରଂ ନିର୍ଦ୍ଦୋଷ ଛାତ୍ରଙ୍କୁ ପୁଲିସ ଗିରଫ କରିନେଇଛି ଏଭଳି ଅଭିଯୋଗ ଆଣି ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ