ଚେହେରା ବୟସ ପୂର୍ବରୁ ବୟସ୍କ ଦିଶୁଛି କି ? ଖାଦ୍ୟପେୟ ପ୍ରତି ହୁଅନ୍ତୁ ଯତ୍ନବାନ

ଚେହେରା ବୟସ ପୂର୍ବରୁ ବୟସ୍କ ଦିଶୁଛି କି ? ଖାଦ୍ୟପେୟ ପ୍ରତି ହୁଅନ୍ତୁ ଯତ୍ନବାନ

ଭୁବନେଶ୍ବର : ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରରେ ତା’ର ଛାପ ଦେଖିବାକୁ ମିଳିଥାଏ। ଧୀରେ ଧୀରେ ମୁଖମଣ୍ଡଳରେ ବାର୍ଦ୍ଧକ୍ୟ ସ୍ପ‌ଷ୍ଟ ବାରି ହୋଇପଡ଼େ। ମାତ୍ର ଏପରି କିଛି ଚେହେରା ଅଛି, ଯାହାକୁ ଦେଖିବା ପରେ ଆପଣ ବୟସ ଅନୁମାନ କରିପାରିବେ ନାହିଁ। କେହି କେହି ବୟସ ତୁଳନାରେ ଅଧିକ ବୟସ୍କ ଦିଶନ୍ତି ତ ପୁଣି କେହି ଯୁବା ଦିଶିଥାନ୍ତି।

ବିଶେଷ କରି ୪୦ ବର୍ଷ ପରେ ବ୍ୟକ୍ତି ବିଭିନ୍ନ ରୋଗ ସହ ଲଢ଼ିବାର କ୍ଷମତା ହରାଇ ବସନ୍ତି। ପାଚନଶକ୍ତିରେ ସମସ୍ୟାରୁ ଆରମ୍ଭ କରି ମୋଟାପଣ, କମ୍‌ କାମ କରି ଥକିପଡ଼ିବା, ଦୁର୍ବଳ ଲାଗିବା ଏବଂ ଚେହେରାରେ ଖୁବ୍ ଶୀଘ୍ର ବୁଢ଼ାପଣ ଦିଶିବା ପରି ସମସ୍ୟା ଦେଖିବାକୁ ମିଳେ। 

ବୟସ ବଢ଼ିବା ସହ ଆମ ମାଂସପେଶୀ ଦୁର୍ବଳ ହୋଇଯାଏ। ଆପଣଙ୍କ ମାଂସପେଶୀକୁ ମଜବୁତ୍‌ କରିବା ପାଇଁ ଆପଣଙ୍କୁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଅଣ୍ଡା, ଚିକେନ୍‌, ସୋୟାବିନ୍‌, ଡାଲି ଆଦି ଖାଇବା ଦ୍ବାରା ଏହି ସମସ୍ୟାକୁ ଦୂରେଇ ଦିଆଯାଇପାରେ।

ଆପଣଙ୍କ ବୟସ ଯଦି ୩୦ ବର୍ଷ ବୟସରୁ ଅଧିକ ରହିଛି ତ ଆପଣ ପାଳଙ୍ଗ ଶାଗ, କୋବି, କଦଳୀ, ଗାଜର, ବ୍ରୋକଲି ଓ ଲାଉ ପରି ପରିବାକୁ ନିୟମିତ ଖାଆନ୍ତୁ। ଏଥିରେ ଫାଇବର୍‌, ଆଇରନ୍‌, କ୍ୟାଲ୍‌ସିୟମ୍‌, ଭିଟାମିନ୍‌ ସମେତ ଅନେକ ପୋଷକ ତତ୍ବ ରହିଛି।