ବରଗଛ ମାହାତ୍ମ୍ୟ

ବରଗଛ ମାହାତ୍ମ୍ୟ

ଭୁବନେଶ୍ୱର : ପୁରାଣ ଶାସ୍ତ୍ର ଅନୁସାରେ ବରଗଛକୁ ଦେବବୃକ୍ଷ ବୋଲି ପୂଜାର୍ଚ୍ଚନା କରାଯାଇଥାଏ । ଏହି ବୃକ୍ଷରେ ତ୍ରିଦେବ ବାସ କରନ୍ତି । ବରଗଛ ମୂଳରେ ବ୍ରହ୍ମା , ଗଣ୍ଡିରେ ବିଷ୍ଣୁ ଓ ଡ଼ାଳପତ୍ରରେ ସ୍ୱୟଂ ଶିବ ବାସ କରନ୍ତି । ଏଥିପାଇଁ ବରଗଛ ପୂଜା କରିବା ଦ୍ୱାରା ତ୍ରିଦେବ ପ୍ରସନ୍ନ ହୋଇ ଧନ ସମ୍ପତିଦେବା ସହ ମହିଳାମାନେ ସୈାଭାଗ୍ୟ ବତୀ ହୋଇଥାନ୍ତି । ବରଗଛ ପୂଜାକଲେ ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । 
- ଧ୍ୟାନ ପୁର୍ବକ ବରଗଛକୁ ପୂଜା କରି ସୂତା ବାନ୍ଧିବା ଦ୍ୱାରା ମନସ୍ୱାମନା ଦୂର ହୋଇଥାଏ । 
- ଯଦି କୈାଣସି ବ୍ୟକ୍ତିଙ୍କର ଲଗାତାର ଭାବରେ ଚାକିରିରେ ସମସ୍ୟା ସୃଷ୍ଟି ହେଉଛି ତେବେ ପ୍ରତ୍ୟେକ ଦିନ ବରଗଛ ତଳେ ଗୋଟିଏ ଦ୍ୱୀପ ଲଗାନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ କାମ  ସହଜ ହେବା ସହ ସଫଳତା ମିଳିଥାଏ । 
- ଯଦି କୈାଣସି ବ୍ୟକ୍ତିଙ୍କୁ ବ୍ୟବସାୟରେ ଲାଭ ମିଳୁନାହିଁ ତେବେ ଶନିବାର ଦିନ ବରଗଛ ଗଣ୍ଡିରେ ହଳଦୀ ଓ କେଶର ଅର୍ପଣ କରନ୍ତୁ । କାର୍ଯ୍ୟରେ ନିଶ୍ଚିତ ଭାବେ ସଫଳତା ମିଳିବ ବୋଲି ମାନ୍ୟତା ରହିଛି । 
- ସ୍ୱାମୀ ଓ ପୁତ୍ରଙ୍କ ନିରୋଗ ଓ ଦୀର୍ଘାୟୁ ଲାଗି ସୋମବାର ଓ ଶୁକ୍ରବାର ବରଗଛ ମୂଳରେ କ୍ଷୀର ଢାଳି ପୂଜା କରନ୍ତୁ ସଫଳତା ପ୍ରାପ୍ତିହେବ । 
- ଯଦି ସଦାବେଳେ ଆର୍ଥିକ ସମସ୍ୟା ଲାଗି ରହୁଛି ତେବେ ଶୁକ୍ରବାର ବରପତ୍ରରେ ବଟା ହଳଦୀରେ ସ୍ୱସ୍ତିକ ଚିହ୍ନ ଆଙ୍କି ଏହି ପତ୍ରକୁ ଘର ଆଲମାରୀରେ ରଖନ୍ତୁ । କିଛି ଦିନ ଭିତରେ ଘରକୁ ଅର୍ଥ ଆସିବାର ବାଟ ଖୋଲିଯିବ । 
- ଯଦି ଆପଣଙ୍କ ଜୀବନରେ ଲଗାତାର ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ତେବେ ବରଗଛ ତଳେ ଶୁଦ୍ଧ ଘିଅଦ୍ୱୀପ ଜଲାଇ ଭଗବାନ ବିଷ୍ଣୁଙ୍କ ଆରାଧନା କରିବା ଦ୍ୱାରା ସମସ୍ୟା ଦୂର ହୋଇ ସୁଖ ଶାନ୍ତି ପ୍ରାପ୍ତ ହେବ ।