ଭୋରରୁ ନିଦ ଭାଙ୍ଗୁଥିଲେ, ସଂକେତ ଆଦିମାନବ

ଭୋରରୁ ନିଦ ଭାଙ୍ଗୁଥିଲେ, ସଂକେତ ଆଦିମାନବ


ସ୍ୱାଭାବିକ ଭାବେ ଯେଉଁମାନଙ୍କର ବଡ଼ି ଭୋରରୁ ନିଦ ଭାଙ୍ଗିଥାଏ, ସେମାନଙ୍କ ପୂର୍ବପୁରୁଷ ‘ନିଅଣ୍ଡରଥାଲ୍‌ସ’ ପ୍ରଜାତିର ଆଦିମ ମଣିଷ ବୋଲି ଗବେଷକମାନେ ଦାବି କରିଛନ୍ତି ।  ଗବେଷକମାନଙ୍କ ଅଧ୍ୟୟନ ଅନୁଯାୟୀ, ହଜାର ହଜାର ବର୍ଷ ପୂର୍ବ ‘ନିଅଣ୍ଡରଥାଲ୍‌ସ’ ପ୍ରଜାତିର ଆଦିମାନବଙ୍କ ଠାରୁ ଆହରିତ ଏକ ପ୍ରକାର ଡିଏନ୍‌ଏ ଯୋଗୁଁ ଏକ ମିଶ୍ରିତ ପ୍ରଜାତିର ବଂଶଧରମାନେ ଆଜି ସକାଳୁ ଉଠିବାର ଅଭ୍ୟାସ ବଜାୟ ରଖିଛନ୍ତି । ପ୍ରାୟ ୭୦ ହଜାର ବର୍ଷ ତଳେ ‘ଡେନିସୋଭାନ୍‌ସ’ ପ୍ରଜାତିର ମାନବ ଯେତେବେଳେ ଆଫ୍ରିକାରୁ ୟୁରେସିଆକୁ ସ୍ଥାନାନ୍ତର ହୋଇଥିଲେ, ସେତେବେଳେ ସେମାନଙ୍କ ସହ ‘ନିଅଣ୍ଡରଥାଲ୍‌ସ’ ପ୍ରଜାତିର ଅନ୍ତଃପ୍ରଜନନ ଘଟିଥିଲା ।  ଅନ୍ତଃପ୍ରଜନନରୁ ଜନ୍ମିତ ଶିଶୁମାନଙ୍କ ଉପରେ ସେମାନଙ୍କର ଆନୁବଂଶିକ ପ୍ରଭାବ ରହିଥିଲା । ଆଧୁନିକ ମଣିଷର ଜିନୋମ୍‌ରେ ‘ନିଅଣ୍ଡରଥାଲ୍‌ସ’ମାନଙ୍କର ଡିଏନ୍‌ଏର କିଛି ଅଂଶ ରହିଥିବା କାରଣରୁ ସେମାନଙ୍କର ନିଦ୍ରା ସମୟ ପ୍ରଭାବିତ ହୋଇଥାଏ । ତେଣୁ ସେଭଳି ବ୍ୟକ୍ତି ସ୍ୱାଭାବିକ ଭାବେ ସକାଳୁ ଉଠିଥାନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି ।