ଏରୋପ୍ଲେନ୍ର ପାର୍ଟ ଖାଇ ବଞ୍ଚିଛନ୍ତି
୧୯୫୦ରେ ଜନ୍ମିତ ଫ୍ରାନ୍ସ୍ର ମାଇକେଲ ଲୋତିତୋ ପରିଚିତ ଥିଲେ ‘ମିଷ୍ଟର ଇଟ୍ ଅଲ୍’ ନାମରେ । କାରଣ ସାଇକେଲ, ଟିଭି, ଖଟଠାରୁ ଆରମ୍ଭ କରି ଶପିଂ କାର୍ଟ, କାଚ ଜିନିଷ, ରବର ଏମିତି କି ଏରୋପ୍ଲେନ୍ର ପାର୍ଟ ଖାଇ ବେଶ୍ ଆରାମରେ ହଜମ କରିଦେଇପାରୁଥିଲେ ସେ । ତାଙ୍କର ଏଭଳି ଖାଇବା ଅଭ୍ୟାସ ମାତ୍ର ୯ ବର୍ଷ ବୟସରୁ ଆରମ୍ଭ ହୋଇଥିଲା । ୧୬ ବର୍ଷ ବୟସ ବେଳକୁ ସେ ଏଭଳି ଅଜବ ଖାଦ୍ୟ ଖାଇବାର ଶୋ’ କରିବା ଆରମ୍ଭ କରିଦେଇଥିଲେ ।ଏରୋପ୍ଲେନକୁ ଛୋଟ ଛୋଟ ଖଣ୍ଡ କରି ମିନେରାଲ ଅଏଲ୍ ଓ ପ୍ରଚୁର ପାଣି ପିଇ ପିଇ ଖାଉଥିଲେ । ପ୍ରକୃତରେ ସେ ପିକା ନାମକ ଏକ ଅଜବ ରୋଗରେ ଆକ୍ରାନ୍ତ ଥିଲେ । ଯାହାକି ଏକ ମାନସିକ ରୋଗ । ଏଥିରେ ତାଙ୍କୁ ଅଖାଦ୍ୟ ଦେଖିଲେ ଖାଇବାକୁ ଲୋଭ ହେଉଥିଲା । ଡାକ୍ତରଙ୍କ କହିବାନୁସାରେ ତାଙ୍କ ଅନ୍ତନଳୀ ଓ ପେଟରେ ମୋଟା ଆସ୍ତରଣ ଥିବା ସହ ହଜମ ପାଇଁ କ୍ଷରଣ ହେଉଥିବା ରସାୟନ ବି ଶକ୍ତ ଥିଲା । ତେଣୁ ସେ ଧାରୁଆ, ଶକ୍ତ ଧାତୁ ଖାଇଲେ ବି ତାହା ହଜମ ହେଇଯାଉଥିଲା । ତେବେ ଆଶ୍ଚର୍ଯ୍ୟର କଥା ସେ ଯଦି କଦଳୀ, ସିଝା ଅଣ୍ଡା ପରି ସରଳ ଖାଦ୍ୟ ଖାଉଥିଲେ ତାଙ୍କ ଦେହ ଖରାପ ହେଉଥିଲା ।




admin 