ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
କଟକ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ସ୍ଥିତ ଶ୍ରୀ ସିମେଣ୍ଟ କାରଖାନାରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ କମ୍ପାନୀ ଆଗରେ ଧାରଣା ଦେଇଛନ୍ତି। ମୃତ ଶ୍ରମିକ ଜଣଙ୍କ ହେଲେ ଦିବାକର ପ୍ରଧାନ। । ଗତ ରାତିରେ ଦିବାକର କମ୍ପାନୀରେ କାମ କରୁଥିବା ସମୟରେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଦେବରାଜଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ପରିବାର ଲୋକେ ସିମେଣ୍ଟ କମ୍ପାନୀ ଆଗରେ ଧାରଣା ଦେଇଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛି।