ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ମୃତ

ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ମୃତ

ଭୁବନେଶ୍ୱର : ସ୍ୱାମୀ ଆଗରେ ସ୍ତ୍ରୀ ଉପରେ ମାଡିଗଲା କାର୍‌ । ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀ ମୃତ୍ୟୁ ହୋଇଛି । 

ଖବର ଅନୁଯାୟୀ, ରବିବାର ରାତିରେ ଲିଙ୍ଗରାଜ ମନ୍ଦିର ପାର୍କିରେ ଘଟିଛି ଘଟଣା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଲିଙ୍ଗରାଜ ଦର୍ଶନ ପାଇଁ ଆସିଥିଲେ ଦମ୍ପତ୍ତି । ହେଲେ ସେଠାରେ ଘଟିଲା ଅଘଟଣ ।