ନିଲାମ ହେଲା ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ର ବଗି

ନିଲାମ ହେଲା ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ର ବଗି

ବାଲେଶ୍ୱର: ବାଲେଶ୍ୱର ବାହାନଗାରେ ହୋଇଥିବା ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ବଗି ଇଞ୍ଜିନ ନିଲାମ ହୋଇଛି। କୋର୍ଟ ଆଦେଶ ଆସିବା ପରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୁନ୍ ତାରିଖରେ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଭୀଷଣ ଦୁର୍ଘଟଣାଗ୍ରସ୍ତ ହେବା ପରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ୍ ବଗି ସହ ଯଶବନ୍ତପୁର-ହାୱଡା ଏକ୍ସପ୍ରେସର ଦୁଇଟି କୋଚ୍ ବାହାନଗା ରେଲୱେ ଷ୍ଟେସନରେ ପଡି ରହିଥିଲା କୋର୍ଟଙ୍କ ନିର୍ଦ୍ଦେଶ ପରେ ହାୱଡାରମୋହିତ୍ ଷ୍ଟିଲ୍ କମ୍ପାନୀଏହାକୁ କୋଟି ୮୨ ଲକ୍ଷଟଙ୍କାରେ କିଣିନେଇଛି ବାଲେଶ୍ୱର ରେଲୱେ ଷ୍ଟେସନ ପରିଦର୍ଶନରେ ଆସିଥିବା ଦକ୍ଷିଣପୂର୍ବ ରେଲୱେ ପ୍ରବନ୍ଧକଙ୍କ ସୂଚନା ମୁତାବକ, ‘ମୋହିତ୍ ଷ୍ଟିଲ୍ କମ୍ପାନୀଡିସେମ୍ବର ତାରିଖ ସୁଦ୍ଧା ଷ୍ଟେସନ ନିକଟରେ ପଡିରହିଥିବା ସମସ୍ତ କ୍ଷତିଗ୍ରସ୍ତ କୋଚ୍ ଇଞ୍ଜିନକୁ ନେଇଯିବ ଏହି ଦୁର୍ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା

ଜୁନ୍ ତାରିଖରେ ସାଲିମାର୍ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଲୁପଲାଇନ୍ ଚାଲିଯାଇ ବାହାନଗା ଷ୍ଟେସନଠାରୁ କିଛି ମାତ୍ର ଦୂରରେ ଛିଡା ହୋଇଥିବା ଏକ ମାଲଗାଡି ଉପରେ ମାଡିଯାଇଥିଲା ଏବଂ ଲାଇନଚ୍ୟୁତ ହୋଇଯାଇଥିଲା ଦୁର୍ଭାଗ୍ୟକୁ ଏହାର କିଛି ମାତ୍ର ମିନିଟ ପରେ ଆସିଥିଲା ବେଙ୍ଗାଲୁରୁରୁ ହାୱଡା ଯାଉଥିବା ଏକ୍ସପ୍ରେସ୍, ଯାହା ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ ସହ ଭୀଷଣ ଭାବେ ଧକ୍କା ହୋଇଥିଲା ଯେଉଁଥିରେ ୨୯୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶହଶହ ଲୋକ ଆହତ ହୋଇଥିଲେ ଏବଂ କିଛି ଲୋକ ନିଖୋଜ ମଧ୍ୟ ହୋଇଗଲେ
ନିକଟରେ ଓଡିଶା ହାଇକୋର୍ଟ କ୍ଷତିଗ୍ରସ୍ତ ଟ୍ରେନର କୋଚ୍ ଇଞ୍ଚିନକୁ ନିଲାମ କରିବାକୁ ନିର୍ଦ୍ଦେଶ ଜାରି କରିବା ପରେ ମୋହିତ ଷ୍ଟିଲ କମ୍ପାନୀ ଏହାକୁ କିଣିନେଇଛି