ଘର ଭିତରକୁ ପଶିଗଲା କାର୍, ମହିଳା ମୃତ
ବୌଦ୍ଧ : ଘର ଭିତରକୁ ପଶିଗଲା କାର୍। ଜଣେ ମହିଳା ମୃତ। ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ଲୁହୁରାଗାଡିଆ ଗ୍ରାମରେ ରବିବାର ଭୋର ସମୟର ଏହି ଦୁର୍ଘଟଣା ଘଟିଛି। ଘର ମଧ୍ୟକୁ ଏକ କାର୍ ପଶିଯିବା ଫଳରେ ଜଣେ ମହିଳାଙ୍କ ମୁତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ମହିଳା ଜଣଙ୍କ ହେଲେ ଲୁହୁରାଗାଡିଆ ଗ୍ରାମର ପାନେଶ୍ୱରି ଧଳ।
ସୂଚନାନୁଯାୟୀ, କାରଟି ଜାତୀୟ ରାଜପଥରେ ଚାରିଛକ ପଟୁ ଏକ କାର୍ ବୌଦ୍ଧ ଆଡ଼କୁ ଆସୁଥିବା ସମୟରେ ଲୁହୁରାଗାଡିଆ ଗ୍ରାମର ରାସ୍ତା କଡ଼ରେ ଥିବା ଏକ ଘର ମଧ୍ୟକୁ ଭାରସାମ୍ୟ ହରାଇ ପଶି ଯାଇଛି । ଫଳରେ ଘର ଭିତରେ ଥିବା ପନେଶ୍ୱରିଙ୍କ ମୃତ୍ୟୁ ଘଟିଛି ।ପର ପକ୍ଷରେ ଦୁର୍ଘଟଣା ଘଟାଇ କାର୍ ଡ଼୍ରାଇଭର୍ ଫେରାର ହୋଇଯାଇଥିବା ଜଣାପଡ଼ିଛି ।




admin 