ଏସସିବି ପରିସରରେ ପଡ଼ିଛି ନବଜାତ ଶିଶୁ

ଏସସିବି ପରିସରରେ ପଡ଼ିଛି ନବଜାତ ଶିଶୁ

ଏସସିବି ରେ ଅଭାବନୀୟ ଘଟଣା। ମେଡିକାଲ ପରିସରରେ ଫିଙ୍ଗାଗଲା ନବଜାତ ଶିଶୁ।ହେପାଟୋଲୋଜି ବିଭାଗ ପାର୍ଶ୍ଵ ଝରକା ନିକଟରେ ପଡିଥିଲା ଆଜି ଜନ୍ମ ନେଇଥିବା  ଶିଶୁ। ପ୍ରାଥମିକ ସ୍ତରରୁ ଏହି ଶିଶୁ ର ଓଜନ ଦେଢ଼ କେଜି ଜଣାପଡିଛି।  ଏହାସହ 7 ମାସ ର ପ୍ରି ମ୍ୟାଚୁଆର ବେବି ବୋଲି ସ୍ପଷ୍ଟ ହୋଇଛି। ସ୍ତ୍ରୀ ଓ ପ୍ରସୂତି ବିଭାଗର ରେଣୁକା ପରିଡା ବୋଲି ଜଣେ କର୍ମଚାରୀ ଏହି ଶିଶୁ କୁ ଦେଖିଲା ପରେ ତଙ୍କୁ ଉଧାର କରି ସ୍ତ୍ରୀ ଇ ପ୍ରସୂତି ବିଭାଗର SNCU ରେ ଭର୍ତି କରିଛନ୍ତି। ତେବେ ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବାନୁଯାୟୀ , ତାଙ୍କର ପରିବାର ସଦସ୍ୟ ହେପାଟୋଲୋଜି ବିଭାଗ ରେ ଆଡ଼ମିସନ ହୋଇଥିବା ବେଳେ ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ। ହେଲେ ଦେଖିବା ବେଳକୁ ବିଭାଗ ଝରକା ପାଖରେ ଏକ ଶିଶୁ ପଡିଥିବାର ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ତାହାକୁ ଉଦ୍ଧାର କରିବା ସମୟରେ ପେଡ଼ିଆଟିକ ବିଭାଗ ର କର୍ମଚାରୀ ଉକ୍ତ ନବଜାତ ଶିଶୁକୁ ଉଦ୍ଧାରକାରୀ ଟିମ ଏକ ଆମ୍ବୁଲାନ୍ସ ଜରିଆରେ ସ୍ତ୍ରୀ ଓ ପ୍ରସୂତି ବୁଭାଗ କୁ ସ୍ଥାନାନ୍ତରିତ କରିଥିଲେ ।ତେବେ ଶିଶୁ ର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି