ଚାଲିବାରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ
ସମସ୍ତେ ଅଲଗା ଅଲଗା ଢଙ୍ଗରେ ଚାଲିଥାନ୍ତି । କିନ୍ତୁ ଏହି ଚାଲିବା ସ୍ବଭାବରୁ ଜଣା ପଡ଼େ ମଣିଷର ପ୍ରକୃତି । ତେବେ ଜାଣନ୍ତୁ ଭିନ୍ନ ଭିନ୍ନ ପ୍ରକାର ଚାଲିବା ଶୈଳୀର କେଉଁ ଭଳି ସ୍ଵଭାବ ।
ଯେଉଁମାନେ ଜୋରରେ ଚାଲନ୍ତି ସେମାନେ ଖୋଲା ମନୋଭାବର ହୋଇଥା’ନ୍ତି । ସେମାନେ ଜୀବନରେ ରିସ୍କ ନେବାକୁ ପସନ୍ଦ କରନ୍ତି । ସେମାନେ ସବୁବେଳେ ସାହାସୀ ଓ ଉତ୍ସାହୀ ।
ଧିରେ ଚାଲୁଥିବା ବ୍ୟକ୍ତିମାନେ ବେଶ ସତର୍କତା ଅବଲମ୍ବନ କରନ୍ତି । ଏମାନେ ନିଜ ଭାବନାକୁ ପ୍ରକାଶ କରିପାରନ୍ତି ନାହିଁ । ଏମାନେ ବେଶ ସୁବିଧାବାଦୀ ଓ ରିଲାକ୍ସ ରହିବାକୁ ପସନ୍ଦ କରନ୍ତି ।
ଯେଉଁମାନେ ପାଦ ଘୋଷାରି ଚାଲନ୍ତି ସେମାନେ ସବୁବେଳେ ଚିନ୍ତା ଗ୍ରସ୍ତ ରୁହନ୍ତି । ଏମାନେ କୌଣସି କାମ ଆଗ୍ରହର ସହ କରିନଥା’ନ୍ତି ।
ବେଶ ଆରାମରେ ଓ ଢଳିଢଳି ଚାଲୁଥିବା ବ୍ୟକ୍ତିମାନେ ନିଜ ପସନ୍ଦର ଜୀବନ ଜୀଇଁଥା’ନ୍ତି । ଏମାନେ କେବେ ରିସ୍କ ନିଅନ୍ତି ନାହିଁ । ଅନ୍ୟମାନଙ୍କ ଠାରୁ କାମ ଉଠାଇବାରେ ସେମାନେ ମାହିର ।




admin 