କେବେ ହୋଇଥିଲା ଅଷ୍ଟଧାତୁ ନୀଳଚକ୍ର ସ୍ଥାପନ ?

କେବେ ହୋଇଥିଲା ଅଷ୍ଟଧାତୁ ନୀଳଚକ୍ର ସ୍ଥାପନ ?

ମାଦଳା ପାଞ୍ଜି ଅନୁଯାୟୀ, ଭୋଇବଂଶର ରାଜା ନରସିଂହ ଦେବଙ୍କ ସମୟରେ ଶ୍ରୀମନ୍ଦିର କୀର୍ତିରାଜିର ସୁରକ୍ଷା ପାଇଁ ଚୂନ ପଲସ୍ତରା କାର୍ଯ୍ୟ ହୋଇଥିଲା । ତାଙ୍କ ପରେ ରାଜା ହରେକୃଷ୍ଣ ଦେବ, ବୀରକେଶରୀ ଦେବ, ଦିବ୍ୟସିଂହ ଦେବ, ରାମଚନ୍ଦ୍ର ଦେବ ମଧ୍ୟରେ ଚୂନ ପଲସ୍ତରା ହୋଇଥିଲା । ୧୬୯୪ରେ ପ୍ରବଳ ଝଡ଼ତୋଫାନରେ ବଡ଼ଦେଉଳ ଉପରୁ ନୀଳଚକ୍ର ଭାଙ୍ଗି ଯାଇଥିଲା । ଫଳରେ ୧୭୧୫ରେ ଦିବ୍ୟସିଂହ ଦେବ ପ୍ରଥମଙ୍କ ସମୟରେ ଅଷ୍ଟଧାତୁର ନୂତନ ନୀଳଚକ୍ର ସ୍ଥାପନ ହୋଇଥିଲା ।

୧୭୫୨ରେ ମରାଠାମାନେ ସିଂହଦ୍ୱାର ଗୁମୁଟ ଓ ମନ୍ଦିରରେ ମରାମତି କରିଥିଲେ । ବୀରକେଶରୀ ଦେବ ପ୍ରଥମଙ୍କ ସମୟରେ ରତ୍ନବେଦୀ ପୁନଃ ନିର୍ମାଣ ହୋଇଥିଲା । ସେ ସମୟରେ ଭୋଗମଣ୍ଡପର ପଥର ଚଟାଣ ମଧ୍ୟ ହୋଇଥିଲା । ସେହିଭଳି ୧୮୭୫ ରଥଯାତ୍ରା ବେଳେ ଶ୍ରୀମନ୍ଦିର ଗର୍ଭଗୃହର ଛାତରୁ ୩ଟି ବଡ଼ ପଥର ଖଣ୍ଡ ଖସିପଡ଼ିଲା । ଏହାର ମରାମତି ପାଇଁ ପୂର୍ଣ୍ଣଚନ୍ଦ୍ର ସରକାର ନାମକ ଜଣେ ଓଭରସିଅରଙ୍କୁ ଦାୟିତ୍ୱ ଦିଆଯାଇଥିଲା ।