ପୂଜା ଫୁଲ ଖସିବାର ସଙ୍କେତ କଣ ଜାଣନ୍ତୁ
ଆମେ ଠାକୁର ଘରେ ବା ମନ୍ଦିରରେ ଦେବାଦେବୀଙ୍କ ପୂଜା କରିଥାଉ । ବେଳେ ବେଳେ ପୂଜା ସମୟରେ ଠାକୁରଙ୍କ ମସ୍ତକରୁ ଫୁଲ ଖସି ପଡ଼ିଥାଏ । ଏପରିକି କେବେ କେବେ ଦୀପ ବି ଲିଭିବା ଦେଖାଯାଏ । ତେବେ ପୂଜା ବେଳେ ମିଳୁଥିବା ଏଭଳି ସଙ୍କେତରୁ ବିଭିନ୍ନ କଥା ଜାଣିବାକୁ ମିଳେ ।
‘କୁହାଯାଏ ଏହି ସବୁ ସଙ୍କେତ ଦ୍ୱାରା ଭଗବାନ ପ୍ରସନ୍ନ କି କୋପ ଅଛନ୍ତି, ସେ କଥା ବୁଝାପଡେ଼ । ଯେତେବେଳେ ପୂଜା ସମୟରେ ଠାକୁରଙ୍କ ମଥାରୁ ଫୁଲ ଖସିଥାଏ, ଏହାର ଅର୍ଥ ହେଉଛି ପୂଜା ସଫଳ ହୋଇଛି ଏବଂ ଭଗବାନ ପ୍ରସନ୍ନ ଅଛନ୍ତି । ଏହାର ଅର୍ଥ ହେଉଛି ମନସ୍କାମନା ପୂରଣ ହେବ । ଫୁଲ ପଡ଼ିବାର ଅର୍ଥ ହେଉଛି ଘରେ ସୁଖସମୃଦ୍ଧି ବୃଦ୍ଧି ଘଟିବ । ଭଗବାନଙ୍କ ମଥାରୁ ଖସିଥିବା ଫୁଲକୁ ନାଲି କପଡ଼ାରେ ବାନ୍ଧି ଘର ଆଲମାରିରେ ରଖନ୍ତୁ ।




admin 