ଦାନ୍ତଖୁଂଟା ବ୍ୟବହାର କରନ୍ତୁନି
ଏନେକ ସମୟରେ ଲୋକମାନେ ଦାନ୍ତ ଘଷିବାକୁ ଦାନ୍ତ ଖୁଣ୍ଟା ବ୍ୟବହାର କରିଥାନ୍ତି । ମାତ୍ର ଆପଣ ଜାଣି ନାହାନ୍ତି ଏହା ଆପଣଙ୍କ ପାଇଁ ଅନେକ ବିପଦ ଆଣି ଦିଏ । ଅନେକ ଲୋକ ଦାନ୍ତ ମୂଳ ସଫା କରିବା ପାଇଁ ଦାନ୍ତଖୁଂଟା ବ୍ୟବହାର କରନ୍ତି । କିନ୍ତୁ ଏହାଦ୍ୱାରା ମାଢ଼ି କ୍ଷତିଗ୍ରସ୍ତ ହୋଇଥାଏ । ଲଗାତର ଦାନ୍ତଖୁଂଟା ବ୍ୟବହାର କଲେ ଦାନ୍ତ ମଝିରେ ଫାଙ୍କ ସୃଷ୍ଟି ହୁଏ । ଯାହାଫଳରେ ଦାନ୍ତ ପୋକ କାଟିବା ସହ ଦାନ୍ତ ମୂଳ ପଚିବାର ଭୟ ରହିଥାଏ । ସେହିପରି ଦାନ୍ତର ଏନାମେଲ ମଧ୍ୟ ନଷ୍ଟ ହୋଇଯାଏ । ଫଳରେ ଦାନ୍ତ କ୍ଷୟ ଘଟେ । ତରବରିଆ ଭାବେ ଦାନ୍ତଖୁଂଟା ବ୍ୟବହାର କଲେ ମାଢ଼ିରେ ଆଘାତ ଲାଗିଥାଏ । ଫଳରେ ରକ୍ତ ଝରିବା ସହ ମାଢ଼ି ବି ଦୁର୍ବଳ ହୋଇଯାଏ । ତେଣୁ ଦାନ୍ତଖୁଂଟା ବ୍ୟବହାର ନକରିବାକୁ ଦାନ୍ତ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ତେଣୁ ଏହାକୁ ବ୍ୟବହାର କରନ୍ତୁ ନାହିଁ ।




admin 