ଲମ୍ବା କେଶ ପାଇଁ ଜରୁରୀ ପିଆଜ ରସ
ଆଜି କାଲି ସମସ୍ତେ ଲମ୍ବା କେଶ ରଖିବାର ସଉକ ରଖିଛନ୍ତି । ତେବେ କେଶ ଝଡା ସମସ୍ୟା ପ୍ରାୟ ସମସ୍ତଙ୍କର ରହିଛି । ତେବେ ଏଥି ପାଇଁ ଆପଣନ୍ତୁ ଏହି ଘରୋଇ ଉପଚାର । ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇ ପାରିବ । ଜାଣନ୍ତୁ, ଏହି ସବୁ ଉପାୟ ....
କେଶକୁ ଘନ ଓ ଲମ୍ବା କରିବା ପାଇଁ ଅନେକ ମହିଳା ମହଙ୍ଗା ଉତ୍ପାଦ ବ୍ୟବହାର କରନ୍ତି । ତେବେ ଏସବୁର ବ୍ୟବହାର ସବୁବେଳେ କେଶ ପାଇଁ ହିତକର ନୁହେଁ । ଏହାକୁ ବାଦ୍ ଦେଇ କେଶକୁ ଘନ ଓ ଲମ୍ବା କରିବା ପାଇଁ ପିଆଜ ରସ ବ୍ୟବହାର କରିପାରିବେ ।
କେଶ ଅଧିକ ଝଡୁଥିଲେ ପିଆଜ ରସ ବ୍ୟବହାର କରିପାରିବେ । ଯାହା ଆପଣଙ୍କ କେଶକୁ ଖୁବ୍ ମଜବୁତ୍ କରିଥାଏ ।
ପିଆଜ ରସ ଲଗାଇବା ଦ୍ୱାରା ରୁପି ସମସ୍ୟା ମଧ୍ୟ ଦୂର ହୋଇଥାଏ ।
କେଶ ରୁକ୍ଷ ଓ କେଶ ମୂଳ କୁଣ୍ଡେଇ ହେବା ସମସ୍ୟାରୁ ମୁକ୍ତି ଦିଏ ।
ଏହାଛଡ଼ା କେଶକୁ ମୂଳରୁ ମଜଭୁତ୍ କରିଥାଏ ।
ପିଆଜ ରସକୁ ସପ୍ତାହକୁ ଦୁଇଥର କେଶରେ ଲଗାନ୍ତୁ । ଏପରି ଲଗାତର ମାସେ ଲଗାଇବା ପରେ ଫରକ୍ ଅନୁଭବ କରିପାରିବେ ।




admin 