ମୂଷା ମସ୍ତିଷ୍କରେ ଲିଙ୍ଗବିଶିଷ୍ଟ କୋଷିକା

ମୂଷା ମସ୍ତିଷ୍କରେ ଲିଙ୍ଗବିଶିଷ୍ଟ କୋଷିକା

ମୂଷା ମସ୍ତିଷ୍କରେ ଲିଙ୍ଗବିଶିଷ୍ଟ କୋଷିକା
ଗବେଷକମାନେ ପ୍ରଥମ ଥର ଏକ ଅଣ୍ଡିରା ମୂଷା ମସ୍ତିଷ୍କରେ ବିରଳ କୋଷିକା ଆବିଷ୍କାର କରିଛନ୍ତି । ଏହି କୋଷିକା ମୁଖ୍ୟତଃ ମାଈ ମୂଷାଠାରେ ଦେଖିବାକୁ ମିଳେ, ଯାହା କ୍ରୋଧ ଓ ସମ୍ଭୋଗ ବ୍ୟବହାରକୁ ନିୟନ୍ତ୍ରିତ କରୁଥିବା ମସ୍ତିଷ୍କର ଏକ କ୍ଷେତ୍ରରେ ଠାବ କରାଯାଇଛି । ସେଲ ପତି୍ରକାରେ ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି । ଆମେରିକା କାଲିଫର୍ଣ୍ଣିଆ ଇନଷ୍ଟିଚୁ୍ୟଟ ଅଫ ଟେକ୍ନୋଲୋଜିର ଗବେଷକଙ୍କ ଦ୍ୱାରା ଏହି ଅଧ୍ୟୟନ ପରିଚାଳିତ ହୋଇଥିଲା । ଏହାର ତଥ୍ୟ ଅନୁସାରେ, ବ୍ୟକ୍ତିଗତ କୋଷିକା ସ୍ତରରେ ପୁରୁଷ ଓ ମହିଳାଙ୍କ ମସ୍ତିଷ୍କର ସ୍ତନଧାରୀ କୋଷିକା ମଧ୍ୟରେ ପାର୍ଥକ୍ୟ ଥାଇପାରେ । ମସ୍ତିଷ୍କରେ ବିଭିନ୍ନ ପ୍ରକାରର କୋଷିକା ରହିଛି, ଯଥା ନୁ୍ୟରନ୍ସ ସଙ୍କେତ ପ୍ରେରଣ କରେ ଏବଂ ଗ୍ଲିଆଇ କୋଷିକା ସ୍ନାୟବିକ କାର୍ଯ୍ୟକଳାପକୁ ସମର୍ଥନ କରେ । କୋଷିକା ସଂରଚନା ଓ ଜିନ୍ ଅଭିବ୍ୟକ୍ତି ସ୍ତରରେ ପୁରୁଷ ଓ ମହିଳା ସ୍ତନଧାରୀ ମସ୍ତିଷ୍କ କୋଷିକା ମଧ୍ୟରେ ପାର୍ଥକ୍ୟ ଥିବା ଗବେଷଣାରୁ ଜଣାପଡ଼ିଲା । କିନ୍ତୁ ଏହି ପାର୍ଥକ୍ୟ ସୂକ୍ଷ୍ମ ଏବଂ ସେଗୁଡ଼ିକର କାର୍ଯ୍ୟକଳାପର ମହତ୍ୱକୁ ବୁଝିବାର ଆବଶ୍ୟକତା ରହିଛି ବୋଲି ଅଧ୍ୟୟନର ସହକାରୀ ଲେଖକ ଡେଭିଡ ଆଣ୍ଡରସନ୍ କହିଛନ୍ତି ।