ଗାଡ଼ିରେ ରଖନ୍ତୁ ଏହି ସବୁ ଜିନିଷ

ଗାଡ଼ିରେ ରଖନ୍ତୁ ଏହି ସବୁ ଜିନିଷ

ଗାଡ଼ିରେ ବାସ୍ତୁଦୋଷ ଥିଲେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏହା ବ୍ୟକ୍ତିର ଜୀବନ ଉପରେ କୁପ୍ରଭାବ ପକାଇଥାଏ । ତେବେ ଗାଡ଼ିରେ ନକାରାତ୍ମକ ଶକ୍ତିକୁ ଦୂରେଇ ଦେବା ପାଇଁ କିଛି ବିଶେଷ ବାସ୍ତୁ ନିୟମକୁ ଜାଣନ୍ତୁ...

ଠାକୁରଙ୍କ ମୂର୍ତ୍ତି: ଗାଡ଼ିରେ ସକାରାତ୍ମକ ଶକ୍ତିର ଆଗମନ ପାଇଁ ଡ୍ୟାସବୋର୍ଡରେ ଶ୍ରୀଗଣେଶ, ଦୁର୍ଗା ମାତା, ଭଗବାନ ଶିବଙ୍କ ମୂର୍ତ୍ତି ରଖିବା ଆବଶ୍ୟକ । ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହେବା ସହ ଦେବୀ ଦେବତାଙ୍କ କୃପାରୁ ସବୁ ଦୁଃଖକଷ୍ଟ ଦୂର ହୋଇଥାଏ ।

କଇଁଛ: ନକାରାତ୍ମକତା ଦୂର ପାଇଁ ଗାଡ଼ିରେ କଇଁଛ ରଖିପାରିବେ । ଏହା ବହୁତ ମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ ।

ପାଣି ବୋତଲ: ବାସ୍ତୁ ଅନୁସାରେ ଗାଡ଼ିରେ ପାଣି ବୋତଲ ରଖିବା ଉଚିତ । ଏହାଦ୍ୱାରା ଗାଡ଼ିରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

ମୟୂର ଚୂଳ: ଗାଡ଼ିରେ ମୟୂର ଚୂଳ, ଦୁର୍ଗା ମାତାଙ୍କ ଚୁନରି, ଭଗବାନ ଶିବଙ୍କ ଡମ୍ବରୁ ରଖୁବା ବେଶ୍‌? ଶୁଭଦାୟକ ହୋଇଥାଏ । ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂରେଇ ଯାଏ ବୋଲି କୁହାଯାଏ ।

କ୍ରିଷ୍ଟାଲ୍‌ ଷ୍ଟୋନ୍‌: ଗାଡ଼ିରେ ପଥର କିମ୍ବା କ୍ରିଷ୍ଟାଲ୍‌ ପଥର ରଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

ଫେଙ୍ଗସୁଇ ମୁଦ୍ରା: କାରରେ ସୁନେଲି ରଙ୍ଗର ଫେଙ୍ଗସୁଇ ମୁଦ୍ରା ରଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହାର ଗାଡ଼ିର ରଙ୍ଗ, ଇଣ୍ଟେରିୟର୍‌ ଓ ଆକାର ମଧ୍ୟରେ ସନ୍ତୁଳନ ରକ୍ଷା କରେ ବୋଲି କୁହାଯାଏ । ଏହା ଗାଡ଼ିର ବାସ୍ତୁ ଦୋଷକୁ ବି ଦୂରେଇ ଦେଇଥାଏ । କାରରେ ଭାଙ୍ଗିଯାଇଥିବା ଜିନିଷ ରଖିବା ଉଚିତ ନୁହେଁ । ସେହିଭଳି ଗାଡ଼ିରେ ଅଳିଆ ରଖିବା ଉଚିତ ନୁହେଁ । ଯେତେସମ୍ଭବ କାରର କାଚକୁ ମଧ୍ୟ ସଫା ରଖିବା ଉଚିତ । ନଚେତ୍‌ ଏଥିଯୋଗୁ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।