ଲହସୁନିଆ ରତ୍ନର ଲାଭ

ଲହସୁନିଆ ରତ୍ନର ଲାଭ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହର ସମ୍ବନ୍ଧ କୌଣସି ରତ୍ନ ସହିତ ଥାଏ । ଏହି ରତ୍ନକୁ ଧାରଣ କରି କୁଣ୍ଡଳୀରେ ଗ୍ରହକୁ ମଜଭୁତ କରି ହେବ । ଏହି କ୍ରମରେ ଲହସୁନିଆ ଗ୍ରହର ସମ୍ବନ୍ଧ କେତୁ ସହିତ ଅଛି । ତେବେ ଏହାକୁ କିଏ ଓ କାହିଁକି ପିନ୍ଧିବେ, ଜାଣିବା ସେ ସମ୍ପର୍କରେ ।

କୁଣ୍ଡଳୀରେ କେତୁ ଗ୍ରହ ଦୁର୍ବଳ ଥିଲେ ଲହସୁନିଆ ରତ୍ନ ପିନ୍ଧିବା ଭଲ ।

ଯେଉଁମାନେ ଷ୍ଟକ୍‌? ମାର୍କେଟ୍‌? ଏବଂ ନିବେଶ ସହ ଜଡ଼ିତ, ସେମାନଙ୍କ ପାଇଁ ଏହା ଉପଯୁକ୍ତ ।

ବ୍ୟବସାୟରେ ଉନ୍ନତି ପାଇଁ ଏହାକୁ ପିନ୍ଧିବା ଲାଭଦାୟକ ।

ଆର୍‌ôଥକ ସ୍ଥିତି ମଜଭୁତ କରିଥାଏ ଲହସୁନିଆ ରତ୍ନ ।

ଏହାକୁ ଧାରଣ କରିବା ଦ୍ୱାରା ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିଥାଏ ।

କେଉଁମାନେ ପିନ୍ଧିବେ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମକର ଓ କୁମ୍ଭ ରାଶିଙ୍କ ପାଇଁ ଲହସୁନିଆ ପିନ୍ଧିବା ଶୁଭ । ସେହିପରି କନ୍ୟା, ବୃଷ, ମିଥୁନ ଏବଂ ତୁଳା ରାଶି ଲୋକ ମଧ୍ୟ ଏହାକୁ ଧାରଣ କରିପାରିବେ । ଅନ୍ୟପଟେ ମେଷ, ସିଂହ, ଧନୁ ଏବଂ ମୀନ ରାଶିଙ୍କୁ ଏହି ରତ୍ନ ପିନ୍ଧିବା ମନା । ତେବେ କୌଣସି ରତ୍ନ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନେବା ଉଚିତ ।