ସପ୍ତମୂର୍ତ୍ତି ରଖିବା ସୁଭାଦାୟକ
ଘରର ଉତ୍ତର-ପୂର୍ବ ଦିଗରେ ହାତୀ ମୂର୍ତ୍ତି ରଖିବା କିମ୍ବା ଶୟନକକ୍ଷରେ ରୁପା ହାତୀ ରଖିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।
ଡ୍ରଇଂ ରୁମରେ ଯୁଗଳ ହଂସ ମୂର୍ତ୍ତି ରଖିବା ଦ୍ୱାରା ଘର ଧନଧାନ୍ୟରେ ପୂରି ଉଠେ ବୋଲି କୁହାଯାଏ ।
ଘରେ ଜୀବନ୍ତ କଇଁଛ ରଖିବା ଶୁଭଦାୟକ ହୋଇଥାଏ । କଇଁଛର ମୂର୍ତ୍ତିକୁ ଘରର ଉତ୍ତର ଦିଗରେ କିମ୍ବା ଡ୍ରଇଂ ରୁମର ମୁଖ୍ୟ ଦ୍ୱାରରେ ରଖିବା ଶୁଭ ।
ପିଲାଙ୍କ ପଢ଼ା ଘରେ ଶୁଆର ଯୋଡ଼ା ରଖିବା କିମ୍ବା ଫଟୋ ଲଗାଇବା ଦ୍ୱାରା ଏକାଗ୍ରତା ବଢ଼ିଥାଏ ।
ମାଛର ମୂର୍ତ୍ତିକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ ।
ପିତ୍ତଳ ବା ଧଳା ପଥରରେ ତିଆର କାମଧେନୁ ମୂର୍ତ୍ତିକୁ ଘରେ ରଖିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦୂର ହୁଏ ।
ଓଟ ମୂର୍ତ୍ତି ଘରର ଉତ୍ତର-ପଶ୍ଚିମ ଦିଗରେ ରଖିବା ଦ୍ୱାରା କ୍ୟାରିୟର୍ ଓ ବ୍ୟବସାୟରେ ସଫଳତା ମିଳିଥାଏ ।




admin 