ନିହାତି ଜାଣନ୍ତୁ ଏହି କଥା
ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆମ ହାଡ଼ ଓ ମାଂସପେଶୀଗୁଡ଼ିକ ଧୀରେ ଧୀରେ ଦୁର୍ବଳ ହୋଇଯାଏ । ତେଣୁ ଚଲାବୁଲା କରୁଥିଲେ ନିଜ ବେଗକୁ ନିୟନ୍ତ୍ରଣରେ ରଖନ୍ତୁ । ରାତି ସମୟରେ ଆଦୌ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ । ସବୁବେଳେ ହାଲୁକା ତଥା ସୁପାଚ୍ୟ ଖାଦ୍ୟ ଖାଆନ୍ତୁ ।ଯଦି ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି, ତେବେ ନିୟମିତ ସମୟ ଅନ୍ତରାଳରେ ଚକ୍ଷୁ ପରୀକ୍ଷା କରାଇ ନିଅନ୍ତୁ । ଯଦି ବୟସ୍କ ବ୍ୟକ୍ତି ହୃଦ୍ରୋଗ, କ୍ୟାନ୍ସର ଭଳି ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡି଼ତ, ତେବେ ଠିକ୍ ସମୟ ଅନ୍ତରାଳରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆମର ଓଜନ ସବୁବେଳେ ସନ୍ତୁଳିତ ରହିବା ନିହାତି ଜରୁରୀ । ଏଥପାଇଁ ବ୍ୟାୟାମ ବ୍ୟତୀତ ଯୋଗ କିମ୍ବା ପ୍ରାଣାୟାମକୁ ଆପଣେଇ ପାରନ୍ତି ।




admin 